ନ୍ୟୁଜ୍

୨୫ କେଜି ଗଞ୍ଜେଇ ସହ ଜଣେ ଗିରଫ l

ସତ୍ୟଶିଖା ( କନ୍ଧମାଳ )  ୩୧.୦୮.୨୦୨ ୦ :    ୨୫ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଜଣେ ଗଞ୍ଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି । ଏହାସହ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ମୁତାବକ, ଗୋଛାପଡା ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ବିଶେଷ ସୂତ୍ରରୁ ଖବର ପାଇ ନିଜ ଟିମ ସହ ଗୋଛାପଡା ଫୁଲବାଣୀ ରାସ୍ତାର ଲୁହୁରା ସାହି ଛକ ନିକଟରେ ଏହି ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଥିଲେ । ଅଭିଯୁକ୍ତ ଜଣକ ହେଲେ ଦଡ଼କି ଗ୍ରାମର ବିଶ୍ଵଜିତ ବେହେରା । ଏହାସହ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Show More
Back to top button