ପୁଣି ଥରେ ଶସ୍ତା ହେଲା ସୁନାର ଦାମ ଦୀପାବଳି ପୂର୍ବରୁ

ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : କରବାଚୌଥ, ଧନତେରସ ଓ ଦୀପାବଳି ପୂର୍ବରୁ ସୁନା-ରୂପା କିଣିବାକୁ ଯାଉଥିବା ଲୋକଙ୍କ ପାଇଁ ଶୁଭ ଖବର । ସପ୍ତାହର ଚତୁର୍ଥ ଦିନ ଅର୍ଥାତ ଆଜି ସୁନା ୪୬ ଟଙ୍କା ଶସ୍ତା ସହ କାରବାର ଆରମ୍ଭ କରିଛି । ଏହା ପରଠୁ ସୁନା ଦାମ ହ୍ରାସ ଘଟିବାର ସଙ୍କେତ ଦେଇଛି । ଏମସିଏକ୍ସରେ ଗୁରୁବାର ସୁନା ୪୯ ଟଙ୍କା ଶସ୍ତା ସହ କାରବାର ଖୋଲିଛି । ଡିସେମ୍ବର ୪ର ଡେଲିଭରୀ ହେବାକୁ ଥିବା  ସୁନା ପୂର୍ବାହ୍ନ ୧୧ଟାରେ ୮୪ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ସୁନାର ମୂଲ୍ୟ ୫୦,୪୧୧ ଟଙ୍କା ରହିଛି ।ବୁଧବାର ସୁନା ଦାମ୍ ୫୦,୪୯୫ ଟଙ୍କାରେ ବନ୍ଦ ରହିଥିଲା ଏବଂ ଆଜି ୪୯ ଟଙ୍କା ଶସ୍ତା ସହ ୫୦,୪୪୬ ଟଙ୍କାରେ ଖୋଲିଥିଲା । ଏହା ପରେ ଲଗାତାର ଦାମରେ ହ୍ରାସ ଦେଖିବାକୁ ମିଳିଛି । ପ୍ରାରମ୍ଭିକ କାରବାର ଉପରେ ନଜର ପକାଇଲେ ସର୍ବନିମ୍ନ ୫୦,୪୦୫ ଟଙ୍କା ଏବଂ ସର୍ବାଧିକ ୪୦,୪୮୮ ଟଙ୍କାରେ ସୁନା ଦର ପହଞ୍ଚିଥିଲା । ଫେବୃଆରୀରେ ଡେଲିଭରି ହୋଇଥିବା ସୁନା ମଧ୍ୟ ୪୯ ଟଙ୍କା ଶସ୍ତା ସହିତ ୫୦୫୪୫ ଟଙ୍କାରେ ରହିଥିବା ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଚାହିଦା ବଢିଲେ ମୂଲ୍ୟ ଉପରେ ଏହାର ପ୍ରଭାବ ପଡିବ । ମାତ୍ର ମୂଲ୍ୟରେ କୌଣସି ବଡ ଧରଣର ବୃଦ୍ଧି ହେବାର ସମ୍ଭାବନା ନାହିଁ । ସୁନା ମୂଲ୍ୟରେ ସଂପ୍ରତି ବଡ ଧରଣର ବୃଦ୍ଧି ହେବାର ସମ୍ଭାବନା ନଥିବା ବିଶେଷଜ୍ଞ କହିଛନ୍ତି ।

Exit mobile version