ଜୀବନମନ୍ତ୍ରନ୍ୟୁଜ୍ଭିଡିଓରାଜ୍ୟଶିକ୍ଷା
ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ l

ସତ୍ୟଶିକ୍ଷା ୨୯.୦୯.୨୦୨୦ : ଚାନ୍ଦବାଲି ସ୍ଥିତ ସମବାୟ ବ୍ୟାଙ୍କ ଆଗରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଠିକ ସମୟରେ ଖୋଲୁନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଟଙ୍କା ଉଠାଣ କରିବା ପାଇଁ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ । ଟଙ୍କା ଉଠାଇବା ପାଇଁ ଦୁର ଦୁରାନ୍ତରୁ ଲୋକମାନେ ଆସି ରାତି ୩ଟାରୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ ଦେଉଛନ୍ତି । ଲାଇନରେ ଘଂଟା ଘଂଟା ଧରି ଛିଡ଼ା ହୋଇ ଥକିଯିବା ପରେ ହେଲମେଂଟ, ଇଟା, ବହି ଖାତା ଥୋଇ ଜାଗା ରଖୁଛନ୍ତି ।ବଡ଼ କଥା ହେଉଛି କି, ବ୍ୟାଙ୍କ ସମ୍ମୁଖରେ ଏକତ୍ରୀତ ହେଉଛନ୍ତି ଶତାଧିକ ଲୋକେ । ନା ସେମାନଙ୍କ ମୁହଁରେ ମାସ୍କ ଅଛି ନା ସାମାଜିକ ଦୂରତ୍ୱ ରଖୁଛନ୍ତି । ଜଳେଶ୍ୱରପୁର, ଯଶିପୁର, ଓରାସାହୀ ମାଧପୁର,ତେନ୍ତଲିଡ଼ିହି ଆଦି ସେବା ସମବାୟ ସମିତିକୁ ଚଳିତ ବର୍ଷ ବିମାରାଶି ଛାଡ଼ ଆସିଥିବାରୁ ଲୋକେ ଟଙ୍କା ଉଠାଣ କରିବା ପାଇଁ ଭିଡ଼ ଜମାଉଛନ୍ତି ।