ସତ୍ୟଶିଖା :୨୧/୦୬/୨୦୨୫: ଆଜି ଏକାଦଶୀ ଥିବାରୁ ଏକ କୁଇଣ୍ଟାଲରୁ ଅଧିକ ବିଭିନ୍ନ ଫଳ ଲାଗି ହୋଇଛି ମହାପ୍ରଭୁଙ୍କୁ। ଅଲାରନାଥଙ୍କ ଅନବସର ଦର୍ଶନକୁ ରହିଲା ଆଉ ୪ ଦିନ । ଆଜି ଅନବସର ଏକାଦଶୀରେ ମହାପ୍ରଭୁ ଲଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଉଛନ୍ତି । ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ପରେ ଶ୍ରୀଜୀଉଙ୍କୁ ହୋଇଛି ଜ୍ୱର । ସେବାୟତଙ୍କ ସେବାରେ ଶ୍ରୀଜୀଉମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସୁସ୍ଥ ହେଲା ପରେ ନବଯୌବନ ଦର୍ଶନ ରେ ଦେବେ ଦର୍ଶନ। ବ୍ରହ୍ମଗିରି ରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣ ରୂପରେ ଦେଉଛନ୍ତି ଦର୍ଶନ। ନାରାୟଣଙ୍କ ରୂପରେ ଜଗନ୍ନାଥ ଙ୍କୁ ଦର୍ଶନ କରୁଛନ୍ତି ଜଗନ୍ନାଥ ପ୍ରେମୀ ଭକ୍ତ। ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣ ଙ୍କୁ ଦର୍ଶନ କରି ନିଜ ଜୀବନକୁ କୃତାର୍ଥ ମଣିଛନ୍ତି ଶ୍ରଦ୍ଧାଳୁ। ଖିରି ଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତ ଛୁଟି ଆସୁଛନ୍ତି ବ୍ରହ୍ମଗିରି କୁ। ଆଜି ଭୋର 4 ଟା ରେମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪.୧୫ରେ ମଙ୍ଗଳ ଆଳତୀ ହୋଇଥିଲା। ତାପରେ ତଡପଲାଗି, ଅବକାଶ, ଅନବସର ବେଶ,ତୁଳସୀ ଲାଗି ଏବଂ ଗୋପାଳବଲ୍ଲଭ ସରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ୬.୨୦ରୁ ହୋଇଛି।
ଦଶମ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ।
