ଦେଶ

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ l

ସତ୍ୟଶିଖା ୨୨ . ୦୮.୨୦୨୦ :  ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ, ବିଘ୍ନବିନାୟକ ଶ୍ରୀ ଗଣେଶ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ଵିଟରେ ଲେଖିଛନ୍ତି ଯେ, ଗଣପତି ବାପ୍ପା ମୋରୟା । ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ପର୍ବ ଭାରତବାସୀଙ୍କ ଅବିସ୍ମରଣୀୟ ଉତ୍ସାହ, ଆନନ୍ଦ ଏବଂ ପର୍ବର ପ୍ରତୀକ । କୋଭିଡ-19 ମହାମାରୀ ଶ୍ରୀ ଗଣେଶଜୀଙ୍କ ଆଶୀର୍ବାଦ ସହିତ ସମାପ୍ତ ହେଉ ଏବଂ ସମସ୍ତ ଦେଶବାସୀ ସୁଖୀ ଓ ସୁସ୍ଥ ଜୀବନଯାପନ କରନ୍ତୁ ବୋଲି ମୁଁ କାମନା କରୁଛି ।

ସେହିପରି ମୋଦି ଟ୍ଵିଟ୍ କରି ଲେଖିଛନ୍ତି ଯେ, ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀ ଅବସରରେ ଶୁଭକାମନା । ଗଣପତି ବାପ୍ପା ମୋରୟା ।

Show More
Back to top button