ଧର୍ମ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ନଦୀରେ ସ୍ନାନ ଓ ଦାନପୁଣ୍ୟର ରହିଛି ବିଶେଷ ମହତ୍ତ୍ୱ

ସତ୍ୟଶିଖା (ଭୁବନେଶ୍ୱର) ୨୩/୧୧/୨୦୨୦ : ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସଧର୍ମ ମାସ କୁହାଯାଏ । କାର୍ତ୍ତିକ ଅମାବାସ୍ୟାର ଯେତିକି ମହତ୍ତ୍ୱ ଅଛି କାର୍ତ୍ତିକ ପୂର୍ଣ୍ଣିମାର ମଧ୍ୟ ସେତିକି ମହତ୍ତ୍ୱ ରହିଛି । ଏଥର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୩୦ ତାରିଖରେ ପଡୁଛି । ଏହି ଦିନ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବାର ବିଶେଷ ମହତ୍ତ୍ୱ ରହିଛି । ଗଙ୍ଗା ନଦୀରେ ନହେଲେ ବି ଯେକୌଣସି ପବିତ୍ର ନଦୀରେ ସ୍ନାନ କଲେ ଶୁଭ ଫଳ ମିଳେ ବୋଲି କୁହାଯାଏ । କାର୍ତ୍ତିମା ପୂର୍ଣ୍ଣିମା ଦିନ ଦାନପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି । ୩୦ ତାରିଖରେ ଗୁରୁଃନନ୍କ ଜୟନ୍ତୀ ମଧ୍ୟ ପଡୁଛି । ପୁରାଣରେ କାର୍ତ୍ତିକ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ । ଏହିଦିନ ଦେବ ଦୀପାବଳି ପାଳନ ପରମ୍ପରା ମଧ୍ୟ ରହିଛି । କାର୍ତ୍ତିକ ମାସରେ ଦାନପୁଣ୍ୟ କଲେ କଣ ଫଳ ମିଳେ, ଶୁଭ ମୁହୂର୍ତ୍ତ ଏବଂ ପୌରାଣିକ କଥା ସମ୍ପର୍କରେ ଜାଣନ୍ତୁ :କାର୍ତ୍ତିମା ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଗଙ୍ଗାରେ ସ୍ନାନ କଲେ ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି କୁହାଯାଏ । ସ୍ନାନ ପରେ ଦାନ ମଧ୍ୟ କରିବା ଉଚିତ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ନଦୀରେ ବୁଡ଼ ପକାଇଲେ ସବୁ ପାପ ନାଶ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ସେଥିପାଇଁ ଏହି ଦିନ ଗଙ୍ଗାରେ ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚିଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଆରମ୍ଭ – ନଭେମ୍ବର ୨୯ ତାରିଖ ରାତି ୧୨ଟା ୪୭ ମିନିଟ୍

କାର୍ତ୍ତିକ ପୂର୍ଣ୍ଣିମା ଶେଷ – ନଭେମ୍ବର ୩୦ ତାରିଖ ରାତି ୨ଟା ୫୯ ମିନିଟ୍

ଏକ କଥା ଅନୁସାରେ, ତ୍ରିପୁରାସୁର ନାମକ ରାକ୍ଷସ ୩ ଲୋକରେ ଆତଙ୍କ ଖେଳାଇଥିଲା । ଧୀରେ ଧୀରେ ସେ ସ୍ୱର୍ଗ ଲୋକରେ ମଧ୍ୟ ନିଜ ଅଧିକାର ବିସ୍ତାର କଲା । ତ୍ରିପୁରାସୁର ପ୍ରୟାଗରେ ବହୁତ ଦିନ ଯାଏଁ ତପସ୍ୟା କଲା । ତା ତପସ୍ୟା ତେଜରେ ତିନି ଲୋକ ଜଳିବାକୁ ଲାଗିଲା । ଏହାପରେ ବ୍ରହ୍ମା ତା ସମ୍ମୁଖରେ ପ୍ରକଟ ହେଲେ ଓ ବରଦାନ ମାଗିବାକୁ କହିଲେ ।

ତ୍ରିପୁରାସୁର ବରଦାନ ମାଗିଲା ଯେ ତାଙ୍କୁ ଦେବତା, ସ୍ତ୍ରୀ, ପୁରୁଷ, ଜୀବଜନ୍ତୁ, ପାଖି, ନିଶାଚର କେହି ବି ମାରିନପାରନ୍ତୁ । ଏହି ବରଦାନ ମିଳିବ ପରେ ତ୍ରିପୁରାସୁର ଅମର ହୋଇଗଲେ ଏବଂ ଦେବତାଙ୍କ ମଧ୍ୟରେ ଅତ୍ୟାଚାର କରିବାକୁ ଲାଗିଲା । ଫଳରେ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଯାଇ ତ୍ରିପୁରାସୁରର ଅନ୍ତ କରିବାକୁ ଉପାୟ ପଚାରିଲେ । ବ୍ରହ୍ମା ତ୍ରିପୁରାସୁରର ଅନ୍ତ କରିବାକୁ ଉପାୟ ବତାଇଲେ । ଏହାପରେ ସବୁ ଦେବତା ଭଗବାନ ଶିବଙ୍କ ପାଖକୁ ଯାଇ ତ୍ରିପୁରାସୁରର ବଧ କରିବାକୁ ପ୍ରାର୍ଥନା କଲେ । ତେବେ ଯାଇ ମହାଦେବ ତ୍ରିପୁରାସୁରର ବଧ କଲେ । ସେଥିପାଇଁ ଅନେକ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

Show More
Back to top button