ରାଜ୍ୟ
ରାଉରକେଲାରେ ଡ୍ରୋନ୍ ସର୍ଭେ ଆରମ୍ଭ | Satyasikha


ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରର ନାଲାରୋଡ୍, ପ୍ଲାଣ୍ଟସାଇଟ୍ ରୋଡ୍ ଓ ଡେଲିମାର୍କେଟ ଆଦି କଣ୍ଟେନ୍ମେଣ୍ଟ ଜୋନ୍ରେ ଡ୍ରୋନ୍ ସର୍ଭେ ଆରମ୍ଭ ହୋଇଯାଇଛି। ଏହି ଅଞ୍ଚଳକୁ ରାସ୍ତାଗୁଡ଼ିକ ଅଣ ଓସାରିଆ ହୋଇଥିବାରୁ ଗାଡ଼ି ଚଳାଚଳ ସମ୍ଭବପର ହେଉନାହିଁ। ସେଥିପାଇଁ ଏହି କଣ୍ଟେନ୍ମେଣ୍ଟ ଜୋନ୍ ପାଇଁ ଡ୍ରୋନ୍ର ସାହାଯ୍ୟ ନିଆଯାଇଛି। ଏହି ଅଞ୍ଚଳରେ ଡ୍ରୋନ୍ ମାଧ୍ୟମରେ ସାନିଟାଇଜ୍ କରାଯିବ। ଶୁକ୍ରବାରଠାର ଏହି ପ୍ରକ୍ରିୟା ଆରମ୍ଭ ହେବ।
ଆହୁରି ପଢ଼ନ୍ତୁ
ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ପ୍ରତ୍ୟକ୍ଷ ଭାବେ ଏହି ଡ୍ରୋନ୍ ଅପରେସନକୁ ମନିଟରିଂ କରିବେ। କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଆଶା କର୍ମୀମାନେ ଘର ଘର ବୋଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି।
ସୂଚନାଯୋଗ୍ୟ, ରାଉରକେଲାରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।