ନ୍ୟୁଜ୍ରାଜ୍ୟ

ଆଉ ୮ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ସତ୍ୟଶିଖା ( ଭୁବନେଶ୍ୱର )୧୨ /୧୧ /୨୦୨୧: ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି । ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ପୁଣି ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆଉ ୮ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ନିମାପଡ଼ା ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଜଗତସିଂହପୁର ଡେପୁଟି କଲେକ୍ଟର ଗୌରାଙ୍ଗ ମହାନ୍ତିଙ୍କୁ ଦିଆଯାଇଛି ଅବସର ।

ସେହିଭଳି ବୈତରଣୀ ଡିଭିଜନ ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ସାହୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଳାହାଣ୍ଡି ଲାଞ୍ଜିଗଡ଼ ସିଡିପିଓ ମୀନା ପାତ୍ରଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଉଲ୍ଲେଖଯୋଗ୍ୟ ଯେ, ଏପର୍ଯ୍ୟନ୍ତ ୧୩୦ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।

Show More
Back to top button