

ସତ୍ୟଶିଖା( ନୂଆଦିଲ୍ଳୀ) ୨୯.୧୧.୨୦୨୧: କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ଏବେ ନୂଆ ସମସ୍ୟା ସୃଷ୍ଟି କଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ଏହାକୁ ଏକ ଭାରିଆଣ୍ଟି ଅଫ କର୍ସନ ଭାବରେ ତାଲିକାଭୁକ୍ତ କରିଛି । ତେବେ ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ଦେଶରେ ଓମିକ୍ରନ୍ ସଂକ୍ରମଣରେ ପ୍ରାଥମିକ ବିଶ୍ଲେଷଣ ଉପରେ ଆଧାର କରି ଏହା ଡେଲ୍ଟା ପ୍ରକାର ଅପେକ୍ଷା ୬ ଗୁଣା ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି ।
ତେବେ ଡେଲଟା ହେଉଛି ସମାନ ପ୍ରକାର ଯାହା କରୋନାରେ ଦ୍ୱିତୀୟ ଲହର ସମୟରେ ଭାରତରେ ହଇଚଇ ସୃଷ୍ଟି କରିଥିଲା । ଏହି ପ୍ରକାରଟି ଇମ୍ୟୁନିଟି ସିଷ୍ଟମକୁ ଚକମା ଦେଇପାରେ । ତେବେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଓମିକ୍ରନ ପୂର୍ବ ପ୍ରକାର ଅପେକ୍ଷା ଅଧିକ ସଂକ୍ରମିତ । ଏହାସହିତ ଟିକାକରଣ କିମ୍ବା ପ୍ରାକୃତିତ ସଂକ୍ରମଣ ଦ୍ୱାରା ପ୍ରିତିରୋଧକ ପ୍ରତିକ୍ରିୟାକୁ ମଧ୍ୟ ନିରପେକ୍ଷ କରିପାରେ । ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପିର ପ୍ରଭାବ ଡେଲଟା ଭାରିଆଣ୍ଟରେ ଦେଖାଯାଏ ଯାହା ଅଧିକ ସଂକ୍ରମଣର କାରଣ ହୋଇଥାଏ ।
ଏହାର ପ୍ରଭାବରେ ଆକ୍ରାନ୍ତଙ୍କର ଶୀଘ୍ର ମୃତ୍ୟୁ ହୋଇଥାଏ । ଏହି ଚିକିତ୍ସାର ଜେଲଟା ପ୍ଲସ ପ୍ରକାର ଉପରେ କୌଣସି ପ୍ରଭାବ ପଡିନଥିବା ବେଳେ କୋଭିଡ ୧୯ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ଚମତ୍କାର ଚିକିତ୍ସା ଭାବରେ ବିବେଚନା କରାଯାଏ । ଡେଲଟା ପ୍ଲସ ପ୍ରକାର ପରେ ଓମିକ୍ରନ ହେଉଛି ୨ୟ ପ୍ରକାର ଯାହା ମୋନୋକ୍ଲୋନାଲ ଆଣ୍ଟିବଡି ଚିକିତ୍ସା ଦ୍ୱାରା ପ୍ରଭାବିତ ହୁଏ ନାହିଁ ।