ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ଓମିକ୍ରନଆକ୍ରାନ୍ତଙ୍କ ସଂଖ୍ୟା ୯୬୧କୁ ବୃଦ୍ଧି

ସତ୍ୟଶିଖା(ନୂଆଦିଲ୍ଲୀ) ୩୦.୧୨.୨୦୨୧:  ଦେଶରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ କରୋନା ରୋଗୀ ସଂଖ୍ୟା ୯୬୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩୨୦ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ସର୍ବାଧିକ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୨୫୨, ଗୁଜରାଟ ୯୭ ଓ ରାଜସ୍ଥାନରେ ୬୯ ଜଣ ଏହି ପ୍ରକରଣରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସେହିଭଳି କେରଳ ୬୫, ତେଲେଙ୍ଗାନା ୬୨, ତାମିଲନାଡୁ ୪୫, କର୍ଣ୍ଣାଟକ ୩୪, ଆନ୍ଧ୍ରପ୍ରଦେଶ ୧୬, ହରିଆଣା ୧୨, ପଶ୍ଚିମବଙ୍ଗ ୧୧, ମଧ୍ୟପ୍ରଦେଶ ୯, ଓଡ଼ିଶା ୯, ଉତ୍ତରାଖଣ୍ଡ ୪, ଚଣ୍ଡିଗଡ ୩, ଜମ୍ମୁ କାଶ୍ମୀର ୩, ଉତ୍ତର ପ୍ରଦେଶ ୨, ଗୋଆ, ହିମାଚଳପ୍ରଦେଶ, ଲଦାଖ, ମଣିପୁର ଓ ପଞ୍ଜାବରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ତେବେ ସଂଗ୍ରହ କରାଯାଉଥିବା ସମସ୍ତ ନମୁନାର ଜିନୋମ ସିକ୍ୱେନସିଂ କରାଯାଉନଥିବାରୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ତୃତୀୟ ଲହର ଆରମ୍ଭ ହୋଇସାରିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି।

Show More
Back to top button