ନ୍ୟୁଜ୍

ଓମଫେଡ୍ କ୍ଷୀରରେ ଅପମିଶ୍ରଣ ଅଭିଯୋଗ ଆସିଛି କେନ୍ଦୁଝରରୁ l

ସତ୍ୟଶିଖା ( କେନ୍ଦୁଝର ) ୧୬ .୦୮.୨୦୨୦ : ଓମଫେଡ୍ କ୍ଷୀରରେ ଅପମିଶ୍ରଣ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦୁଝରରୁ । ଲୋକଙ୍କ ଅଭିଯୋଗ କ୍ଷୀରକୁ କାଟି ଗୋଟିଏ ପାତ୍ରରେ କିଛି ସମୟ ରଖିବା ପରେ ତଳେ ଏକ ଆସ୍ତରଣ ଜମିଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଲୋକେ ଛାନିଆ ।

ଓମଫେଡ୍ କ୍ଷୀରକୁ ନେଇ କେନ୍ଦୁଝରରେ ଲୋକଙ୍କ ସଙ୍ଗୀନ ଅଭିଯୋଗ । ଅପମିଶ୍ରିତ ହେଉଛି କ୍ଷୀର । ଧଳା ବଦଳରେ କ୍ଷୀରର ରଙ୍ଗ ମାଟିଆ ରହୁଛି । କ୍ଷୀରକୁ ପ୍ୟାକେଟରୁ କାଟି ବାହାରେ ୧୦ରୁ ୧୫ମିନିଟ ରଖିଦେଲେ ତଳେ ମାଟିଆ ରଙ୍ଗର ଏକ ଆସ୍ତରଣ ବସି ଯାଉଛି । କରୋନା ସମୟରେ ଏଭଳି ଅପମିଶ୍ରିତ କ୍ଷୀରକୁ ନେଇ ଲୋକେ ଛାନିଆ । ଦୀର୍ଘ ୩୯ ବର୍ଷ ଲୋକଙ୍କ ବିଶ୍ୱାସଭାଜନ ରହି ଆସିଥିବା ଓମଫେଡରେ ଅପମିଶ୍ରିତ କ୍ଷୀରକୁ ନେଇ ଅଭିଯୋଗ ପରେ କମ୍ପାନୀର            ବିସ୍ଵlସନୀୟତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

Show More
Back to top button