ସତ୍ୟଶିଖା(ଭୁବନେଶ୍ୱର )୨୩.୦୯ . ୨୦୨୨: ଓଡ଼ିଆ ଫିଲ୍ମ ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି। ଅକ୍ସିଜେନ କମିଯିବାରୁ ବାବୁଶାନ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍ ଦମନ୍’ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍ ଚଳାଇବା ପରେ ତାଙ୍କର ଅକ୍ସିଜେନ୍ ଲେବଲ୍ କମିଥିଲା । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ। ମାତ୍ର ଏଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୫ଦିନ ହେବ ବାବୁସାନ୍ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସହ ପତ୍ନୀ ଓ ପରିବାର ଲୋକ ଥିବା ଜଣାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଆଉ ଅଳ୍ପ ଦିନରେ ସେ ଘରକୁ ଫେରିବେ ବୋଲି ଜଣାଯାଇଛି। ସୋଶାଲ ମିଡିଆରେ ତାଙ୍କ ଅସୁସ୍ଥ ହେବାର ଖବର ପ୍ରଚାରିତ ହେବା ପରେ ପ୍ରଶଂସକ ବାବୁସାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସମ୍ବନ୍ଧିତ ଖବର
-
ତେଜିବାରେ ଲାଗିଛି ଡୋନାଲ୍ଡ ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ । -
ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷୁଛି। -
ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ। -
ବିଜେଡି ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ । -
ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । -
ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ l -
ଚଳନ୍ତା ଟ୍ରେନ୍ରେ ନିଆଁ । କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ । -
ଏକ ବଡ଼ ଅଘଟଣରୁ ବର୍ତ୍ତିଲା ଯାତ୍ରୀବାହୀ ବସ୍ । -
ଜାମ୍ମୁ କାଶ୍ମୀରର କିସ୍ତୱାଡାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । -
ଆଜି ଏପ୍ରିଲ୍ ୧୨ ଚୈତ୍ର ପୂର୍ଣ୍ଣିମାରେ ଆକାଶରେ ଦେଖାଯିବ ‘ପିଙ୍କ୍ ମୁନ୍’ ବା ‘ଗୋଲାପି ଜହ୍ନ’ ।