ନ୍ୟୁଜ୍ରାଜ୍ୟ

ଅଲିଭ ରିଡେଲଙ୍କ ପ୍ରଜନନ ଆରମ୍ଭ: ଏହି ସବୁ ମୁହାଣରେ ମାଛଧରା ମନା

ସତ୍ୟଶିଖା( ପାରାଦୀପ )୦୧.୧୧.୨୦୨୨:   ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ଏହି କଇଁଛଙ୍କ ସୁରକ୍ଷା ପାଇଁ ଆଜିଠାରୁ ବିଭିନ୍ନ ମୁହାଣରେ ମାଛଧରା ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ନଭେମ୍ୱର ପହିଲାରୁ ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଓଡ଼ିଶାର ଦେବୀ ମୁହାଣ, ଧାମରା ଓ ଋଷିକୁଲ୍ୟା ମୁହାଣରେ କଇଁଛମାନେ ଅଣ୍ଡାଦାନ ଦେବାକୁ ଆସିଥାନ୍ତି। ଏଥିପାଇଁ ଏହି ୭ମାସ ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ମାଛ ଧରିବା ସହ ଯନ୍ତ୍ରଚାଳିତ ଡଙ୍ଗା, ଟ୍ରଲର ଓ ବୋଟ୍ ଆଦି ନିଷେଧ କରାଯାଇଛି। ଏହି ନିୟମକୁ କେହି ଭାଙ୍ଗିଲେ ଜେଲ ଓ ଜରିମାନା କରାଯିବ ବୋଲି ନୋଟିସ୍ ଜାରି କରାଯାଇଛି।

କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏଭଳି କଟକଣା ଲଗାଯାଇଥାଏ।  ତେବେ ଏପରି କଟକଣାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ମତ୍ସ୍ୟଜୀବୀ ପରିବାର। କଟକଣା ଯୋଗୁ ସେମାନଙ୍କ ବ୍ୟବସାୟ ପ୍ରଭାବିତ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି।
Show More
Back to top button