ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୦୧/୨୦୨୧ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍ ବନ୍ଦ କରିବାକୁ ଯୋଜନା କରୁଛି । ଆରବିଆଇର ସହାୟକ ମହା ପ୍ରବନ୍ଧକ(ଏଜିଏମ) ବି.ମହେଶ ଏହାର ସୂଚନା ଦେଇଛନ୍ତି । ମେଙ୍ଗାଲୁରୁରେ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଓ ଜିଲ୍ଲାସ୍ତରୀୟ ମୁଦ୍ରା ପ୍ରବନ୍ଧକ କମିଟିର ବୈଠକରେ ଏଜିଏମ କହିଛନ୍ତି ଆରବିଆଇ ମାର୍ଚ୍ଚ-ଏପ୍ରିଲରୁ ଧିରେ ଧିରେ ଏହି ନୋଟ୍କୁ ସର୍କୁଲେସନରୁ ହଟାଇବାକୁ ଯୋଜନା କରାଯାଉଛି ।
ଆରବିଆଇ ପାଇଁ ସମସ୍ୟା ୧୦ ଟଙ୍କିଆ ମୁଦ୍ରା
କାର୍ଯ୍ୟକ୍ରମରେ ବି. ମହେଶ କହିଛନ୍ତି, ୧୫ ବର୍ଷ ପରେ ମଧ୍ୟ ବ୍ୟବସାୟୀ ଏବଂ ସାଧାଣ ଜନତା ୧୦ ଟଙ୍କିଆ ମୁଦ୍ରାକୁ ସ୍ଵୀକାର କରୁ ନାହାନ୍ତି । ଏହି କାରଣରୁ ୧୦ ଟଙ୍କିଆ କୋଏନ ବ୍ୟାଙ୍କ ଏବଂ ଆରବିଆଇ ପାଇଁ ସମସ୍ୟା ପାଲଟିଛି । ୨୦୧୯ରେ ଆରବିଆଇ ହାଲୁକା ବାଇଗଣୀ ରଙ୍ଗର ୧୦୦ ଟଙ୍କିଆ ନୂତନ ନୋଟ୍ ଜାରି କରିଥିଲା । ଏହି ନୋଟ୍ର ପଛ ପାର୍ଶ୍ଵରେ ରାନୀ କା ଭାବ ଚିତ୍ର ରହିଛି । ଏହା ଏକ ଷ୍ଟେପଓ୍ଵେଲ୍ ରହିଛି, ଯାହା ଗୁଜରାଟର ପାଟନାରେ ସରସ୍ଵତୀ ନଦୀ କୂଳରେ ରହିଛି । ନୂତନ ନୋଟ୍ ଜାରି କରିବା ସମୟରେ ସମସ୍ତ ପ୍ରକାରର ୧୦୦ ଟଙ୍କିଆ ନୋଟ୍ର ପ୍ରଚଳନ ଜାରି ରହିବ ବୋଲି ଆରବିଆଇ କହିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ଵର ୮ରେ ଦେଶରେ ନୋଟ୍ବନ୍ଦୀ ଘୋଷଣା କରିଥିଲେ । ଏହାରି ଆଧାରରେ ପ୍ରଧାନମନ୍ତ୍ରୀ ସେହି ସମୟରେ ପ୍ରଚଳିତ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ତତ୍କାଳ ପ୍ରଭାବରୁ ବନ୍ଦ ଘୋଷଣା କରିଥିଲେ । ଏହାର କିଛି ଦିନ ପରେ ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ଜାରି କରିଥିଲା ।