ନ୍ୟୁଜ୍ରାଜ୍ୟ

ନୟାଗଡ଼ରେ ଫାଟିଲା ତେଲ ଟ୍ୟାଙ୍କର: ୪ ଜୀବନ୍ତ ଦଗ୍ଧ

ସତ୍ୟଶିଖା (ନୟାଗଡ଼) ୧୧.୦୬.୨୦୨୨: ଶୁକ୍ରବାର ବିଳମ୍ବିତ ରାତ୍ରରେ ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ବ୍ରିଜରୁ ଏକ ତୈଳବାହୀ ଟ୍ୟାଙ୍କର୍‌ ନଦୀକୁ ଖସି ପଡ଼ିବା ପରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ସଂଗୃହୀତ ସୂଚନା ଅନୁସାରେ, ପେଟ୍ରୋଲ୍‌ ନେଇ ଉକ୍ତ ଟ୍ୟାଙ୍କର୍‌ ଟ୍ରକ୍‌ଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ।

କ‌ୌଣସି କାରଣରୁ ଟ୍ୟାଙ୍କର୍‌ ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ପୋଲ ଉପରୁ ଖସି ତଳେ ପ୍ରବାହିତ କୁସୁମୀ ନଦୀରେ ପଡ଼ିଯିବା ପରେ ବିସ୍ଫୋରଣ ହୋଇଥିଲା ।  ଟ୍ୟାଙ୍କରଟିରେ ନିଆଁ ଲାଗିଯିବା ହେତୁ ଟ୍ୟାଙ୍କର୍‌ ‌ଡ୍ରାଇଭର, ହେଲ୍‌ପର ଏବଂ ଆଉ ୨ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପରିଚୟ ମିଳିଥିବା ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ହେଲେ ଟ୍ୟାଙ୍କର୍‌ ଚାଳକ ତଥା ସାନପଣ୍ଡୁସରବାସୀ ସମୀର ନାୟକ ଏବଂ ତାଙ୍କ ଗାଁର ପଙ୍କଜ ନାୟକ। ଆଉ ୨ଜଣ ମୃତବ୍ୟକ୍ତିଙ୍କ ପରିଚୟ ସଂକ୍ରାନ୍ତରେ ଅନୁସନ୍ଧାନ ଚାଲିଛି।

Show More
Back to top button