ନ୍ୟୁଜ୍ରାଜ୍ୟ

ପୁଣି ବଢିଲା ତୈଳ ଦର, ଭୁବନେଶ୍ୱରରେ କେତେ ଜାଣନ୍ତୁ

ସତ୍ୟଶିଖା(ଭୁବନେଶ୍ୱର )୨୩.୧୦ .୨୦୨୧:  ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନିମାନେ ଇନ୍ଧନ ମୂଲ୍ୟ ଲିଟର୍‌ ପିଛା ୩୫ ପଇସା ବୃଦ୍ଧି କରିବାରୁ ଆଜିକୁ ମିଶାଇ ଦେଶରେ ଇନ୍ଧନ ଦର ବୃଦ୍ଧି ଚତୁର୍ଥ ଦିନରେ ରେକର୍ଡସ୍ତରରେ ପହଞ୍ଚିଛି । ସେହି ହିସାବରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲିଟର୍‌ ପିଛା ପେଟ୍ରୋଲ୍‌ ଦର ଟ. ୧୦୮.୧୯ରେ ପହଞ୍ଚିଥିବା ବେଳେ ଡିଜେଲ୍‌ ମୂଲ୍ୟ ରହିଛି ଟ. ୧୦୪.୭୦ । ଗତକାଲି ରାଜଧାନୀରେ ଲିଟର୍‌ପିଛା ପେଟ୍ରୋଲ୍‌ ଦର ଟ. ୧୦୭.୮୪ ଥିଲାବେଳେ ଡିଜେଲ୍‌ ମୂଲ୍ୟ ର ଥିଲା ଟ. ୧୦୪.୩୬ । ପ୍ରାପ୍ତ ସୂଚନା ଅନୁସାରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍‌ପିଛା ପେଟ୍ରୋଲ୍‌ ଦର ଟ. ୧୦୭.୨୪ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ଟ. ୯୫.୯୭ ବିକ୍ରି ହେଉଛି ।
ମୁମ୍ବାଇରେ ପେଟ୍ରୋଲ୍‌ ଦର ଲିଟର୍‌ପିଛା ଟ. ୧୧୩.୧୨ ଥିବା ବେଳେ ଡିଜେଲ୍‌ ଟ. ୧୦୪/- ରହିଛି । ସେହିପରି, ଚେନ୍ନାଇରେ ପେଟ୍ରୋଲ୍‌ ଦର ଲିଟର୍‌ପିଛା ଟ. ୧୦୪.୨୨ ଥିବା ବେଳେ ଡିଜେଲ୍‌ ଟ. ୧୦୦.୨୫ ରହିଛି । କୋଲକାତାରେ ମଧ୍ୟ ପେଟ୍ରୋଲ୍‌ ଦର ଲିଟର୍‌ପିଛା ଟ. ୧୦୭.୭୮ରେ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ବିକ୍ରି ହେଉଛି ଟ. ୯୯. ୦୮ ରହିଛି ।

Show More
Back to top button