ନ୍ୟୁଜ୍ରାଜ୍ୟ

ଓଡିଶାର ଜିଓ ଫାଇବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସେବା ୧୨ରୁ ଅଧିକ ସହରକୁ ସଂପ୍ରସାରିତ ହେଲା l

ସତ୍ୟଶିଖା ( ଭୁବନେଶ୍ୱର ) ୦୬.୦୮.୨୦୨୦ : ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ କରିବା ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛିି । ଏଭଳି ସ୍ଥିତିରେ ଲୋକଙ୍କୁ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବା ପାଇଁ ରିଲାଏନ୍ସ ଜିଓ ଓଡିଶାର ୧୨ରୁ ଅଧିକ ପ୍ରମୁଖ ସହରକୁ ଏହାର ହାଇସ୍ପିଡ୍ ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବାକୁ ସଂପ୍ରସାରିତ କରିଛି । ଉପଭୋକ୍ତାମାନଙ୍କୁ ସଂକଟ ସମୟରେ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସହିତ ସଂଯୁକ୍ତ ରଖିବା ପାଇଁ ଏହାର ପ୍ରତିବଦ୍ଧତା ସ୍ୱରୂପ ଜିଓ ଫାଇବର ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସେବା, ପରିବର୍ଦ୍ଧିତ ନେଟୱର୍କ କଭରେଜ୍ ଏବଂ ପ୍ରମୁଖ ସହରର ମୁଖ୍ୟ ଅଂଚଳଗୁଡିକରେ ସେବା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି ।

ପୂର୍ବରୁ ଜିଓ ଫାଇବର ସେବା ଉପଲବ୍ଧ ହୋଇଥିବା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଏବଂ ବଲାଙ୍ଗିର ଆଦି ସହରଗୁଡିକରେ ଏବେ ଏହା ଅଧିକ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି । ବିଗତ କିଛି ସପ୍ତାହ ମଧ୍ୟରେ ଯାଜପୁର ରୋଡ୍‌, ପୁରୀ, ଝାରସୁଗୁଡା, କୋରାପୁଟ, ଅନୁଗୁଳ, କେନ୍ଦ୍ରାପଡା ଏବଂ ସୁନ୍ଦରଗଡ଼ ଆଦି ସହରରେ ଜିଓ ଫାଇବର ସେବା ଆରମ୍ଭ ହୋଇଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ଦ୍ରୁତ ସଂପ୍ରସାରଣ ଜାରି ରଖିଥିବା ଜିଓ ଫାଇବର୍ ଆଗାମୀ କିଛି ସପ୍ତାହ ମଧ୍ୟରେ ଭବାନୀପାଟଣା, ବ୍ରଜରାଜନଗର, ଜଟଣୀ ଏବଂ ଜଗତସିଂହପୁର ସମେତ ରାଜ୍ୟର ଅନ୍ୟ କେତେକ ସହରରେ ସେବା ଆରମ୍ଭ ଯୋଜନା ରଖିଛି ।

ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଛୋଟ ଓ ବଡ଼ ବ୍ୟବସାୟ, ଶିକ୍ଷାନୁଷ୍ଠାନ ଏବଂ ବୃହତ୍ ଉଦ୍ୟୋଗ ପର୍ଯ୍ୟନ୍ତ ହଜାର ହଜାର ଗ୍ରାହକଙ୍କୁ ଜିଓ ଫାଇବର୍ ସର୍ବନିମ୍ନ ୧୦୦ ଏମବିପିଏସ୍ ସ୍ପିଡ୍ ଠାରୁ ଆରମ୍ଭ କରି ୧ ଜିବିପିଏସ୍ ପର୍ଯ୍ୟନ୍ତ ବାସ୍ତବ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେଉଛି ।

ସାରା ଭାରତରେ ଲକଡାଉନ୍‌ର କଠିନ ସମୟରେ ଜିଓ ଫାଇବର ଓଡିଶାର ଗ୍ରାହକଙ୍କ ପାଇଁ ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗକୁ ସୁନିଶ୍ଚିତ କରିଥିଲା । ଜିଓ ଫାଇବର ଟିମ୍ ଦ୍ୱାରା ଇନଷ୍ଟଲେସନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଲକ୍‌ଡାଉନ୍ ସମୟରେ ସେବା ଯୋଗାଇ ଦିଆଯାଇଥିବାରୁ ଏହା ଓଡ଼ିଶାର ବିଭିନ୍ନ ସହରରେ୍ ଗ୍ରାହକମାନଙ୍କୁ ଆନନ୍ଦିତ କରିଛି ।

Show More
Back to top button