

ସତ୍ୟଶିଖା(ଭୁବନେଶ୍ୱର )୨୪.୦୯ .୨୦୨୧: କେନ୍ଦ୍ର ପର୍ଯ୍ୟଟନ ତାଲିକାରେ ଓଡ଼ିଶାର 3 ସ୍ଥାନ । ଜାତୀୟ ଶିକ୍ଷା ନୀତି-2020 ଅନ୍ତର୍ଗତ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ ଓ ପ୍ରଚାର କରିବା ସହ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ୟୁଜିସି ପକ୍ଷରୁ କୁଳପତିଙ୍କୁ ଚିଠି ଲେଖାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର 100 ଟି ପର୍ଯ୍ୟଟନ ସ୍ଥଳକୁ ଛାତ୍ରଛାତ୍ରୀ ମାନେ ଯାଇପାରିବେ ।
ଏହି 100 ଟି ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଓଡ଼ିଶାର 3 ଟି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇଛି । ସେଗୁଡିକ ହେଲା ଓଡ଼ିଶାର ଚିଲିକା, କୋଣାର୍କ, ଖଣ୍ଡଗିରି- ଉଦୟଗିରି ଗୁମ୍ଫାକୁ କେନ୍ଦ୍ର ପର୍ଯ୍ୟଟନ ସ୍ଥଳ ତାଲିକାରେ ସ୍ଥାନ ପାଇଛି । ଏହାଦ୍ୱାରା ଛାତ୍ର ଛାତ୍ରୀମାନେ ଦେଶର ସଂସ୍କୃତି ଓ ଇତିହାସ ସମ୍ୱନ୍ଧରେ ଅବଗତ ହୋଇପାରିବେ । କରୋନା କଟକଣା ସମ୍ପୂର୍ଣ୍ଣ ଭାବେ ଉଠିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ନେଇପାରିବେ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।