ସତ୍ୟଶିଖା : ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ଭାରତ ଛାଡ଼ ବା ଅଗଷ୍ଟ କ୍ରାନ୍ତି ଦିବସରେ ଏହି ସଂଗ୍ରାମୀଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ମାନିତ କରାଯିବ। ତେବେ କରୋନା ପାଇଁ ଏଥର ସଂଗ୍ରାମୀମାନେ ରାଷ୍ଟ୍ରପତି ଭବନକୁ ଯିବେ ନାହିଁ। ସଂଗ୍ରାମୀଙ୍କ ବାସଭବନକୁ ଯାଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସମ୍ମାନିତ କରିବେ।
ରାଷ୍ଟ୍ରପତି ପୁରସ୍କାର ପାଇବାକୁ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ନୀଳମଣି ସାମଲ, ଭଦ୍ରକ ଜିଲ୍ଲା ଧୁଷୁରୀ ଅନ୍ତର୍ଗତ ସୂର୍ଯ୍ୟପୁର ଗ୍ରାମର ରାମହରି ଗୋସ୍ୱାମୀ ଏବଂ ଗୌରୀଶ୍ୟାମ ଗୋସ୍ୱାମୀ, ନୟାଗଡ଼ ଜିଲ୍ଲା ରଣପୁର ମଝିଖଣ୍ଡର ଈଶ୍ୱର ବିଶୋୟୀ, ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ କମାରବନ୍ଧର ବ୍ରଜକିଶୋର ରାଉତ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଅନ୍ତର୍ଗତ ଭଗବାନ ସିନ୍ଧୋଳ ଗ୍ରାମର ବିଶ୍ୱନାଥ ଦାଶ, ସମ୍ବଲପୁର ଜିଲ୍ଲା ମୁରା ଅନ୍ତର୍ଗତ କଲମୀ ଗ୍ରାମର ଦେବାନନ୍ଦ ଗୁପ୍ତା, ନୟାଗଡ଼ ଜିଲ୍ଲା କଣ୍ଟିଲୋର ସହଦେବ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ହାଟବାଣପୁରର ମକରଧ୍ୱଜ ଦାସ ଏବଂ ଯାଜପୁର ଜିଲ୍ଲା କାଇପଡ଼ାର ଦଧିଚି ସାହୁ।