ଖେଳଦେଶରାଜ୍ୟ

ଜାତୀୟ ଉଷୁରେ ଓଡ଼ିଶାକୁ ୧ ସ୍ୱର୍ଣ୍ଣ ସହ ୪ ପଦକ

ସତ୍ୟଶିଖା (ଭୁବନେଶ୍ୱର )୦୩.୦୩.୨୦୨୧: ମୋହାଲିର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨୯ତମ ଜାତୀୟ ବରିଷ୍ଠ ଉଷୁ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ୱର୍ଣ୍ଣ ସହିତ ମୋଟ ୪ ପଦକ ମିଳିଛି। ସ୍ୱର୍ଣ୍ଣ ବ୍ୟତୀତ ଅନ୍ୟ ୩ କାଂସ୍ୟ ପଦକ ରହିଛି। ପୁରୁଷ ପା‌ରମ୍ପରିକ ବେୟାରହ୍ୟାଣ୍ଡ୍‌ ବର୍ଗରେ ଦିବ୍ୟ ମୋହନ ପ୍ରଧାନ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ପୁରୁଷ ଯୁଗଳ ୱିପନ୍‌ରେ ଶିବଦତ୍ତ ଶୁଭମୟ କାଂସ୍ୟ ପଦକ ଜିତିଛନ୍ତି। ମହିଳା ଏକକ ୱିପନ୍‌ରେ ପଲ୍ଲବୀ ସାମଲ ଏବଂ ମହିଳା ବ୍ରଡ୍‌ ସୋର୍ଡରେ ତମନ୍ନା ମିଶ୍ର କାଂସ୍ୟ ପଦକ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ୨୧ ଜଣିଆ (୧୯ ଖେଳାଳି ଓ ୨ ଅଧିକାରୀ) ଦଳ ପ୍ରତିନିଧିତ୍ୱ କରିଥିଲା। ଆନ୍ତର୍ଜାତିକ ବିଚାରକ ପ୍ରଦ୍ୟୁମ୍ନ ବେହେରା ପ୍ରତିଯୋଗିତାରେ ମୁଖ୍ୟ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ। ପଙ୍କଜ ମହନ୍ତ ଓ ଅନୁରାଧା ଦୋରା ଦଳର ପ୍ରଶିକ୍ଷକ ରହିଥିଲେ। ଓଡ଼ିଶା ଉଷୁ ସଂଘର ସଭାପତି ଇଂ ଏସ୍ଏସ୍‌ ହରିଚନ୍ଦନ ଏବଂ ଓଡ଼ିଶା କିକ୍‌ ବକ୍ସିଂ ସଂଘର ସାଧାରଣ ସଂପାଦକ ବିଭୂତି ଭୂଷଣ ବେହେରା ଦଳର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Show More
Back to top button