ନ୍ୟୁଜ୍ରାଜ୍ୟ

ଶୀତରେ ଥରୁଛି ଓଡିଶା ; ୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହରର ତାପମାତ୍ରା

ସତ୍ୟଶିଖା (ଭୁବନେଶ୍ୱର) ୦୪/୦୨/୨୦୨୧ : ପୁଣି ରାଜ୍ୟକୁ ଲେଉଟିଛି ଶୀତ । କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ଖୁବ ଥଣ୍ଡା ଅନୁଭବ ହେଉଛି । ଗୁରୁବାର ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ଫୁଲବାଣୀ ୫.୫ ଡିଗ୍ରୀ ସହ ସବୁଠାରୁ ଥଣ୍ଡା ସହର । ସେହିପରି ଦାରିଙ୍ଗବାଡି ୮, କୋରାପୁଟ ୮.୫, ଝାରସୁଗୁଡା ୯.୨, କେନ୍ଦୁଝର ୯.୪, ସୁନ୍ଦରଗଡ ୯.୫, ବଲାଙ୍ଗୀର ୯.୫, ଭବାନୀପାଟଣା ୯.୮, କଟକ ୧୩.୪ ଓ ଭୁବନେଶ୍ୱର ୧୪.୭ ରେକର୍ଡ କରାଯାଇଛି ।

Show More
Back to top button