ସତ୍ୟଶିଖା ୦୪/୦୨/୨୦୨୧ : ରେଳ ବଜେଟରେ ଏଥର ଓଡିଶାକୁ ମିଳିଛି ୫୫୨୮କୋଟି ଟଙ୍କା । ଚଳିତବର୍ଷ ବଜେଟରେ ରେଳ ପ୍ରକଳ୍ପଗୁଡିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ମାଗିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏ ନେଇ ଟ୍ୱିଟ କରିଛନ୍ତି । ଗୋୟଲ ଦାବି କରିଛନ୍ତି, ୨୦୦୯-୨୦୧୪ ମଧ୍ୟରେ ଓଡିଶାର ରେଳପ୍ରକଳ୍ପଗୁଡିକ ଲାଗି ହାରାହାରି ୮୩୮ କୋଟି ଟଙ୍କା ଆସିଥିବାବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଛି । ଏଥିରେ ନୂଆରେଳପଥ , ଗେଜ ପରବର୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ ଏ ନେଇ ପୂର୍ବତଟ ରେଳପଥ ବିସ୍ତୁତ ବିବରଣୀ ଦେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକରେ ୬୧ ହଜାର ୯ଶହ ୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏବଂ ୪ ହଜାର ୮୭୭ କିଲୋମିଟର ରେଳପଥ ବିଛା ଯିବାର କାର୍ଯ୍ୟକ୍ରମ ରହିଛି ।
ଏବେ ଆସନ୍ତୁ ଦେଖିବା କେଉଁ ପ୍ରକଳ୍ପକୁ ମିଳିଛି କେତେ ଅନୁଦାନ । ମିଳିଥିବା ଖବର ଅନୁସାରେ,
-ଖୋର୍ଦ୍ଧା ରୋଡ-ବଲାଙ୍ଗୀର ୨୮୯ କି.ମି ପାଇଁ ୫୦୦ କୋଟି
-ଅନୁଗୁଳ-ସୁକିନ୍ଦା ରୋଡ ୯୮.୭ କିଲୋମିଟର ପାଇଁ ୪ ଶହ କୋଟି
-ହରିଦାସପୁର-ପାରାଦ୍ୱୀପ ୮୨ କିମ ଶହେ କୋଟି
-ତାଳଚେର-ବିମଳାଗଡ ୧୫୪ କିଲୋମିଟର ପାଇଁ ୧୦ କୋଟି ଟଙ୍କା
-ଜୟପୁର-ମାଲକାନଗିରି ୧୩୦ କି.ମି ପାଇଁ ୨୮ କୋଟି ଟଙ୍କା
-ଜୟପୁର-ନବରଙ୍ଗପୁର ୩୮ କିଲୋମିଟର ପାଇଁ ୧୫ କୋଟି ଟଙ୍କା
-ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲେନ ପାଇଁ ୨୦ କୋଟି ଟଙ୍କା
-ସମ୍ବଲପୁର-ଟିଟଲାଗଡ ପାଇଁ ୨୫ କୋଟି ଟଙ୍କା ମିଳିଛି ।