

ସତ୍ୟଶିଖା( ଭୁବନେଶ୍ୱର)୦୧.୦୮ . ୨୦୨୨: ଓଡ଼ିଶାରେ ଅଧା ମୌସୁମୀ ସରିଲାଣି। ଜୁନ୍ ୧ରୁ ୩୧ ଜୁଲାଇ ପର୍ୟ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୮ ପ୍ରତିଶତ କମ୍ ବର୍ଷା ହୋଇଛି। ଜୁନ୍ରେ ଓଡ଼ିଶାରେ ଭଲ ବର୍ଷା ହୋଇ ନାହିଁ। ଜୁନ୍ ମାସରେ ମାଇନସ୍ ୩୩% ବର୍ଷା ହୋଇଛି। ହେଲେ ଜୁଲାଇରେ ଭଲ ବର୍ଷା ହୋଇଛି। ଜୁଲାଇରେ ୨ଟି ଲଘୁଚାପ ଯୋଗୁ ଭଲ ବର୍ଷା ହୋଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ମାଇନସ୍ ୩୯ ପ୍ରତିଶତ ବର୍ଷା ହୋଇଛି। ସେହିପରି ଭଦ୍ରକରେ ମାଇନସ୍ ୨୩ %, ବାଲେଶ୍ୱରରେ ମାଇନସ୍ ୧୯ %, ମୟୂରଭଞ୍ଜରେ ମାଇନସ୍ ୨୮ % ଓ ସମ୍ବଲପୁରରେ ମାଇନସ୍ ୨୮ % ବର୍ଷା ହୋଇଛି। ଏହି ସବୁ ଜିଲ୍ଲାରେ ହାରାହାରି ବର୍ଷାଠାରୁ କମ୍ ବର୍ଷା ହୋଇଛି।
ହେଲେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହୋଇଛି। ବୌଦ୍ଧ, କଳାହାଣ୍ଡି,ମାଲକାନଗିରି ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।