ନ୍ୟୁଜ୍ରାଜ୍ୟ

ଶୀତରେ ଥରୁଛି ସାରା ଓଡ଼ିଶା, ଦାରିଙ୍ଗବାଡିରେ ୯ ଡିଗ୍ରୀକୁ ଖସିଲା ପାରଦ

ସତ୍ୟଶିଖା(ଭୁବନେଶ୍ୱର) ୨୯ .୧୧.୨୦୨୧: କନ୍ଧମାଳ : ଜାଡରେ ଥରୁଛି ସାରା ଓଡ଼ିଶା। ଦାରିଙ୍ଗବାଡିରେ ୯ ଡିଗ୍ରୀକୁ ଖସିଲା ପାରଦ । କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଫେରିଛି ଶୀତ । ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୯.୫ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲା । ହେଲେ ଲଘୁଚାପଜନିତ ବର୍ଷା ଓ ପାଗରେ ପରିବର୍ତ୍ତନ ଯୋଗୁଁ ପାଖାପାଖି ୨ ସପ୍ତାହ ହେବ ଶୀତ ଗାଏବ ହୋଇଯାଇଥିଲା । ୨୪ଘଣ୍ଟାରେ ପୁଣି ପାଗ ପରିବର୍ତ୍ତନ ହୋଇଛି। ଗତ ୪ ଦିନ ଭିତରେ ତାପମାତ୍ରା ୬.୫ ଡିଗ୍ରୀ ହ୍ରାସ ପାଇଛି । ଗତକାଲି ତାପମାତ୍ରା ୧୩ଡିଗ୍ରୀ ସେଲ୍‌ସିୟସ୍‌ ଥିବା ବେଳେ ଆଜି ହଠାତ୍‌ ୪ ଡିଗ୍ରୀ ହ୍ରାସ ପାଇ ୯ ଡିଗ୍ରୀକୁ ଖସିଛି ପାରଦ । ଫଳରେ ଅସମ୍ଭାଳ ଶୀତରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି।

Show More
Back to top button