ସତ୍ୟଶିଖା ୨୧.୦୯.୨୦୨୦ : ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ସେମିଷ୍ଟାର ଆଜିଠାରୁ ଆରମ୍ଭ ହୋଇଛି । ଉଚ୍ଚନ୍ୟାୟାଳୟ ଦ୍ୱାରା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଡିଗ୍ରୀ ପ୍ରଦାନ ନିମନ୍ତେ ଚାଲିଥିବା ଏହି ପରୀକ୍ଷା ସଂପର୍କିତ ଏକ ମାମଲାରେ ପ୍ରଦତ୍ତ ରାୟ ଓ ଓଡିଶା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ସ୍ଥିରୀକୃତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୧୦ ତାରିଖରେ ଶେଷ ହେବ । ନିର୍ଦ୍ଧେଶାବଳୀ ମୁତାବକ ଓସୁ ପକ୍ଷରୁ ଅନଲାଇନ ମାଧ୍ୟମରେ ପରୀକ୍ଷା କରାଯାଉଛି । ଓସୁର ବିଭିନ୍ନ ପାଠ୍ୟକ୍ରମରେ ୧,୬୪୦ ଜଣ ପରୀକ୍ଷାର୍ଥୀ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି । ଶିକ୍ଷାର୍ଥୀମାନେ ଡେସ୍କଟପ୍, ଲାପଟପ୍, ଓ ସ୍ମାର୍ଟଫୋନ ମାଧ୍ୟମରେ ଏହି ପରୀକ୍ଷା ଦେଉଛନ୍ତି ।
ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଛି ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ସେମିଷ୍ଟାର ପରୀକ୍ଷା l
