ଅପରାଧନ୍ୟୁଜ୍ରାଜ୍ୟ

ପତ୍ନୀ ନିର୍ଯାତନାରେ ଓଡ଼ିଶା ଆଗରେ, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ…

ସତ୍ୟଶିଖା(ଭୁବନେଶ୍ୱର)୨୮.୧୧.୨୦୨୨:  ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି । ଦେଶରେ ୨୯.୩% ମହିଳା ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୩୦.୬% । ଅର୍ଥାତ୍‌ ଜାତୀୟ ତୁଳନାରେ ରାଜ୍ୟରେ ୧.୩% ଅଧିକ । ଏହି କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ନବମ । କର୍ଣ୍ଣାଟକରେ ସର୍ବାଧିକ ୪୪.୪% ମହିଳା ନିର୍ଯାତିତ । ଲାକ୍ଷାଦ୍ୱୀପରେ ଏହି ହାର ୧.୩% ରହିଛି । ନ୍ୟାସନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ-୫, ୨୦୧୯-୨୧ରୁ ଏହି ସୂଚନା ମିଳିଛି ।

ଜାତୀୟସ୍ତରରେ ୧୮ରୁ ୪୯ ବର୍ଷ ବିହାହିତା ମହିଳାଙ୍କ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ୬୨ହଜାର ୩୮୧ ମହିଳାଙ୍କ ମତ ନିଆଯାଇଥିଲା। ଏହି ମହିଳାଙ୍କ ଭିତରେ ବିଧବା, ଛାଡ଼ପତ୍ରଧାରୀ ଓ ସ୍ୱାମୀଙ୍କ ପାଖରେ ଥିବା ମହିଳା ଅଛନ୍ତି । ଯେଉଁଥିରେ ୭୦% ପୁରୁଷ ମଦ ପିଇ ସ୍ତ୍ରୀଙ୍କୁ ମାଡ଼ ଓ ଯୌନ ଶୋଷଣ କରିଛନ୍ତି । ୨୩% ମଦ ନ ପିଇ ବି ଆକ୍ରମଣ କରିଥାନ୍ତି । ୭୭ % ମହିଳା ସ୍ୱାମୀଙ୍କ ଦ୍ୱାରା ହେଉଥିବା ନିର୍ଯାତନା ଓ ଅତ୍ୟାହାର ବିଷୟରେ କାହା ପାଖରେ ପ୍ରକାଶ କରିପାରନ୍ତି ନାହିଁ ।

Show More
Back to top button