ଓଡ଼ିଶାରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ

ସତ୍ୟଶିଖା ( ଭୁବନେଶ୍ୱର )୨୪/୦୮/୨୦୨୧: ଆଗାମୀ ୫ ଦିନ ଯାଏ ଓଡ଼ିଶାରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ । କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅଗଷ୍ଟରେ ଏବେ ଆଉ ମୌସୁମୀ ସକ୍ରିୟ ସମ୍ଭାବନା ନାହିଁ ।
ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି ।

କେବଳ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ପରିମାଣ ୫୫% ରହିଛି । ରାଜ୍ୟରେ ମୋଟ ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । କେବଳ କୋରାପୁଟ, ମାଲକାନଗିରି, ନୂଆପଡ଼ା କୁ ଛାଡ଼ି ସବୁଠି ନିଅଣ୍ଟିଆ ବର୍ଷା ହୋଇଛି । ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା ଲାଗି ରହିବ ବୋଲି ସେ କହିଛନ୍ତି । ବର୍ଷା ସମ୍ଭାବନା ନେଇ ଅଗଷ୍ଟ ୩୧ରେ ଆକଳନ କରାଯିବ ବୋଲି ଆଇଏମ୍ବି ସୂଚନା ଦେଇଛନ୍ତି ।

Exit mobile version