ରାଜ୍ୟ

‘ଅମ୍ଫାନ’ର ମୁକାବିଲା ପାଇଁ ପ୍ରସ୍ତୁତ ପୁରୀ

ପୁରୀ(ସତ୍ୟଶିଖା): ସମ୍ଭାବ୍ୟ ବାତ୍ୟା  ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆବଶ୍ୟକସ୍ଥଳେ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ।

ଆହୁରି ପଢ଼ନ୍ତୁ

ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ଉଜ୍ୱଳ ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ଶୁଖିଲା ଖାଦ୍ୟ ମହଜୁଦ୍ ରଖିବା ସହ ଔଷଧ ବନ୍ଦୋବସ୍ତ କରିବାକୁ ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆରଏଫ୍  ଟିମ୍ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ବାତ୍ୟା ‘ଅମ୍ଫାନ’ ଯୋଗୁ ପୁରୀ ଜିଲ୍ଲାର କାକଟପୁର, ଅସ୍ତରଙ୍ଗ, କୋଣାର୍କ, ଗୋପ ସମେତ ପୁରୀ ସହରର ଦୁଇଟି ସମୁଦ୍ରକୂଳ ଅଞ୍ଚଳ ତଥା ପେଣ୍ଠକଟା ଓ ବଳିଆପଣ୍ଡା ବସ୍ତି ବିଶେଷ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

[ad_2]
Show More
Back to top button