ସତ୍ୟଶିଖା (ଭୁବନେଶ୍ୱର )୦୩.୦୩.୨୦୨୧: ଫେବୃଆରୀରେ ମୋଟ୍ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ସଂଗ୍ରହ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସର୍ବାଧିକ ୨୦ ପ୍ରତିଶତ ସଂଗ୍ରହ ହୋଇଛି। ତିନିମାସ ଧରି ମୋଟ୍ ଜିଏସଟି ସଂଗ୍ରହରେ ଓଡ଼ିଶା କ୍ରମାଗତ ଭାବେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ସଂଗ୍ରହ ହାର ବଜାୟ ରଖିଆସିଛି ବୋଲି ବାଣିଜ୍ୟକର ଓ ଜିଏସଟି ଆୟୁକ୍ତଙ୍କ ପକ୍ଷରୁ କୁହାଯାଇଛି। ୨୦୨୦ ଡିସେମ୍ବର, ୨୦୨୧ ଜାନୁଆରୀ ଓ ଫେବୃଆରୀରେ ଯଥାକ୍ରମେ ୨୦ ପ୍ରତିଶତ, ୨୫ ପ୍ରତିଶତ ଓ ୨୦ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି। ଫେବୃଆରୀରେ ୩୩୪୦.୫୬ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିବା ବେଳେ ଏ କ୍ଷେତ୍ରରେ ୨୦ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି ଯାହାକି ଜାତୀୟ ହାର ୭ ପ୍ରତିଶତ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୦ ଫେବୃଆରୀରେ ୭୯୨.୫୯ କୋଟି ଟଙ୍କାର ସମନ୍ୱିତ ଜିଏସଟି ସଂଗୃହୀତ ହୋଇଥିବା ବେଳେ ଚଳିତ ବର୍ଷ ଫେବୃଆରୀରେ ଏହା ୧୩୪୫.୭୯ କୋଟି ଟଙ୍କା ହୋଇଛି।
ତିନିମାସ ଧରି ମୋଟ୍ ଜିଏସଟି ସଂଗ୍ରହରେ ଓଡ଼ିଶା ଆଗରେ
