ଜୀବନମନ୍ତ୍ରନ୍ୟୁଜ୍ସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ମହିମାନଙ୍କ ପାଇଁ ଅଧିକ ମାତ୍ରାରେ ଗର୍ଭନିରୋଧକ ବଟିକା ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ

ସତ୍ୟଶିଖା (ଭୁବନେଶ୍ୱର) ୨୦/୧୦/୨୦୨୦ : ଅସୁରକ୍ଷିତ ସମ୍ଭୋଗ ପରେ ଜରୁରୀକାଳୀନ ଗର୍ଭନିରୋଧକ ବଟିକା ମହିଳାଙ୍କୁ ଗର୍ଭାବସ୍ଥା ରୋକିବାର ମଉକା ନିଶ୍ଚୟ ଦେଇଥାଏ କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି । ନିୟମିତ ଏହି ବଟିକା ସେବନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ନିୟମିତ ଏହି ବଟିକା ସେବନ ଦ୍ୱାରା ହର୍ମୋନ ସନ୍ତୁଳନ ମଧ୍ୟ ବିଗିଡି ଯାଇଥାଏ । ଏହି ବଟିକା ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।ଡାକ୍ତରଙ୍କ ଅନୁଯାୟୀ, ୨୫-୪୫ ବର୍ଷ ବୟସ୍କା ମହିଳା ଏହି ବଟିକା ସେବନ କରିବା ଗୋଟିଏ ଦୃଷ୍ଟିରୁ ଠିକ କିନ୍ତୁ ତାଠାରୁ କମ ବୟସ ଯୁବତୀମାନେ ଗର୍ଭନିରୋଧକ ବଟିକା ସେବନ କରିବା ଦ୍ୱାରା ଗର୍ଭଧାରଣ ପ୍ରଣାଳୀ ବିକଶିତ ହେବାରେ ବାଧା ସୃଷ୍ଟି ହୋଇଥାଏ । ଯୁବତୀମାନେ ଏହି ବଟିକା ସେବନ କରିବା ଦ୍ୱାରା ଏଣ୍ଡୋମେଟ୍ରିଓସିସ୍, ପଲିସିଷ୍ଟିକ୍ ଓଭାରି ଭଳି ସମସ୍ୟା ଉପୁଜିଥାଏ । ତାଛଡା ଏକ୍ଟୋପିକ୍ ଗର୍ଭଧାରଣ ସମସ୍ୟା ମଧ୍ୟ ହୋଇପାରେ । ଏକ୍ଟୋପିକ୍ ଗର୍ଭାବସ୍ଥା ସମୟରେ ଫୈଲୋରିୟନ୍ ଟ୍ୟବ୍ ଟାଇଟ ହୋଇ ଛିଣ୍ଡିଯିବାର ସମ୍ଭାବନା ଥାଏ । ଫଳରେ ଅତିରିକ୍ତ ରକ୍ତସ୍ରାବ, ସଂକ୍ରମଣ ଓ ବେଳେବେଳେ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ ।ଏହାଛଡା ନିୟମିତ ଗର୍ଭନିରୋଧକ ବଟିକା ସେବନ କରିବା ଦ୍ୱାରା ଅନିୟମିତ ମାସିକ ଋତୁସ୍ରାବ ଯୋଗୁଁ ବାଞ୍ଝପଣ, ସମ୍ଭୋଗ ପାଇଁ ଇଚ୍ଛା ନ ହେବା, ତ୍ୱଚାରେ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ । ଏହି ବଟିକା ପାଇଁ ସ୍ତନରେ ସୁଜନ ମଧ୍ୟ ହୋଇପାରେ । ଏହି ବଟିକା ଶରୀରରେ ଇଷ୍ଟ୍ରୋଜେନ୍ ସ୍ଥର କମ କରିଦେଇଥାଏ । ଯାହାଫଳରେ ମୁଣ୍ଡବିନ୍ଧା, ବାନ୍ତି, ପେଟରେ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇଥାଏ ।ଗର୍ଭନିରୋଧକ ବଟିକାରେ ଥିବା ସିନ୍ଥେଟିକ ହର୍ମୋନ ଯୋଗୁଁ ମୁଡ଼୍ ସ୍ୱିଙ୍ଗ୍ ହୋଇଥାଏ । ଯାହାଫଳରେ ଚିଡଚିଡ଼ ଲାଗିଥାଏ । ଏହି ବଟିକା ସେବନ ଦ୍ୱାରା ମହିଳାଙ୍କ ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ । ନିୟମିତ ଏହି ବଟିକା ସେବନ କରିବା ଦ୍ୱାରା କିଛି ମହିଳାଙ୍କ ଓଜନ ମଧ୍ୟ ବୃଦ୍ଧି ପାଇଥାଏ । ଶରୀରର ବିଭିନ୍ନ ଅଙ୍ଗରେ ଫ୍ଲୁଇଡ ରିଟେନ୍ସନ୍ରୁ ବହି ଯାଇଥାଏ । ଯାହାଫଳରେ ଓଜନ ନିୟନ୍ତ୍ରଣ ହୋଇନଥାଏ ।ଗର୍ଭନିରୋଧକ ବଟିକା ଯୋଗୁଁ ଲେବୋନୋରଗେଷ୍ଟ୍ରଲ ହୋଇଥାଏ, ଫଳରେ ଆଲର୍ଜି ହୋଇଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ବିନା ବଟିକା ସେବନ କରିବା ଅନୁଚିତ । ଯେଉଁ ମହିଳାଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ଏହି ବଟିକା ସେବନ କରିବା ଅନୁଚିତ । ଏହାଦ୍ୱାରା ହୃଦଘାତ, ରକ୍ତ ଜମାଟ ଭଳି ସମସ୍ୟା ହୋଇପାରେ ।

 

Show More
Back to top button