ଖାଦ୍ୟଜୀବନମନ୍ତ୍ରରାଜ୍ୟ

ହଳଦିଆ ଓ ବାଇଗଣି ରଙ୍ଗର ଫୁଲକୋବି

ସତ୍ୟଶିଖା ୧୦/୦୨/୨୦୨୧ : ଉତ୍ତରପ୍ରଦେଶର ଗୋରଖପୁର ଜିଲାର ପିପିଗଞ୍ଜ ଅଞ୍ଚଳର ଜଣେ ଚାଷୀ ହଳଦିଆ ଓ ବାଇଗଣୀ ରଙ୍ଗର ଫୁଲକୋବି ଚାଷ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ଫୁଲକୋବି ଯେତିକି ସୁନ୍ଦର ଦେଖାଯାଏ, ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ । ମହାଯୋଗୀ ଗୋରଖନାଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ.ବିବେକ ପ୍ରତାପ ସିଂହଙ୍କ କହିବାନୁସାରେ, କୃଷକଙ୍କ ଜମିରେ ହୋଇଥିବା ରଙ୍ଗୀନ ଫୁଲକୋବିରେ ସାଧାରଣ ଫୁଲକୋବି ଅପେକ୍ଷା ଅଧିକ ପୁଷ୍ଟିସାର ରହିଛି । ଏଥିରେ ଫାଇଟୋ କେମିକାଲସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛଇ, ଯାହା ରୋଗ ଏବଂ ଶରୀର ସଂକ୍ରମଣକୁ ମୁକାବିଲା କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ, ମ୍ୟାଗନେସିୟମ ଏବଂ ଜିଙ୍କ ରହିଛି, ଯାହା ହାଡକୁ ଶକ୍ତିଶାଳୀ କରିଥାଏ । ଏହାର ଚାଷ ପାଇଁ ଥଣ୍ଡା ଏବଂ ଆର୍ଦ୍ର ଜଳବାୟୁ ଆବଶ୍ୟକ । ଏହି ରଙ୍ଗୀନ ଫୁଲକୋବି ଚାଷ କରିବାର ଉପଯୁକ୍ତ ସମୟ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ କରାଯାଇଥାଏ । ପିପିଗଞ୍ଜ ଅଞ୍ଚଳର ଚାଷୀ ବିଷ୍ଣୁ ପ୍ରତାପ ସିଂହ ଏହି କୋବି ଚାଷ କରି ଏବେ ଲୋକଙ୍କ ନଜରକୁ ଆସିଛନ୍ତି । ଏହି ଚାଷକୁ ଦେଖିବା ପାଇଁ ଏବେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ବହୁତ ଆଗ୍ରହ ଦେଖିବାକୁ ମିଳିଛି । କୃଷକ ବିଷ୍ଣୁ ପ୍ରତାପ ସିଂ କହିଛନ୍ତି ଯେ ଆଗାମୀ ଦିନରେ କୃଷକମାନଙ୍କ ନିକଟରେ ଏହିପରି ନୂତନ ପ୍ରଜାତି ଆଣିବାରେ କୃଷି ବିଜ୍ଞାନ କେନ୍ଦ୍ର ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ । ଏହାକୁ ଚାଷୀ ନିଜ ବିଲରେ ଚାଷ କରି ଲାଭବାନ ହୋଇପାରିବେ ।

Show More
Back to top button