ନ୍ୟୁଜ୍ରାଜ୍ୟ

ନ୍ୟାୟାଳୟର ଅବମାନନା କରିଛନ୍ତି ଓଡ଼ିଶା ସରକାର: ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କୁ ଘେରିଲେ ଅପରାଜିତା

ସତ୍ୟଶିଖା (ଭୁବନେଶ୍ୱର) ୧୬.୦୫.୨୦୨୨: ରାଜ୍ୟ ସରକାରଙ୍କ ମନୋମୁଖୀ ଆଇନ ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା ଷଡଙ୍ଗୀ । ନ୍ୟାୟାଳୟର ଅବମାନନା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ । ଜଣେ ବ୍ୟକ୍ତି ୩ଟି ପଦବୀରେ ଅଛନ୍ତି । ଶ୍ରୀମନ୍ଦିର ସହ ସଂପୃକ୍ତ ଜଣେ ବ୍ୟକ୍ତି କିପରି ୩ଟି ଗୁରୁଦାୟିତ୍ୱରେ ରହିପାରିବେ । ଜଣେ ବ୍ୟକ୍ତି କିପରି ଓବିସିସି ଅଧ୍ୟକ୍ଷ, ପୂର୍ତ୍ତ ସଚିବ ଏବଂ ଶ୍ରୀମନ୍ଦିର ପ୍ରଶାସକ ହୋଇପାରିବେ । ଏହା କୌଣସି ଏକ ସଂଯୋଗ ନା କୌଣସି ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ ପ୍ରାୟୋଜିତ ବ୍ୟବସ୍ଥା?

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରହିଥିବା ବେଳେ ଓବିସିସିର ଅଧ୍ୟକ୍ଷ ଏବଂ ପୂର୍ତ୍ତ ବିଭାଗର ସଚିବ ମଧ୍ୟ ନିଯୁକ୍ତ କରାଯାଇଛି । ଯିଏ ଟେଣ୍ଡର ଡାକିବ ସିଏ ହିଁ ଟେଣ୍ଡରକୁ ଅନୁମତି ଦେବ ଏବଂ ସମାନ ବ୍ୟକ୍ତି କାମ ପରେ ଟଙ୍କା ମଧ୍ୟ ଦେବ । ଏହା ସଂଯୋଗ ନୁହେଁ ସୁଚିନ୍ତିତ ଷଡ଼ଯନ୍ତ୍ର। ଯାହା ଆର୍ଥିକ ଅନିୟମିତତାର ଏକ ଉଦାହରଣ। ଶ୍ରୀମନ୍ଦିର ପାଈଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ରାଜ୍ୟ ନିର୍ଦ୍ଦେଶ ଦେଇଥିଲେ। ଯାହାର ଉଲଂଘନ ରାଜ୍ୟ ସରକାର କରିଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟର ଅବମାନନା ସହ ଅର୍ଥିକ ଅନିୟମିତତା ହୋଇଥିବାର ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ତାସହ ଜଣେ ବ୍ୟକ୍ତି କଣ ପାଇଁ ତିନୋଟି ପଦରେ ଦାୟିତ୍ୱରେ ଅଛନ୍ତି ତାହାର ଉତ୍ତର ରାଜ୍ୟ ସରକାର୍ ଦିଅନ୍ତୁ ବୋଲି କହିଛନ୍ତି ସାଂସଦ ଅପରାଜିତ ଷଡ଼ଙ୍ଗୀ।

Show More
Back to top button