ଖେଳମନୋରଞ୍ଜନ

ଓଡିଶାର କ୍ରିକେଟ୍ ଖେଳାଳି ଦେବାଶିଷ ମହାନ୍ତି ଜାତୀୟ କ୍ରିକେଟ୍ ଚୟନ କମିଟିରେ ସ୍ଥାନ ପାଇଲେ

ସତ୍ୟଶିଖା ୨୬/୧୨/୨୦୨୦ : ଓଡିଶାର ଗର୍ବ ବଢାଇଲେ ପୂର୍ବତନ ଜାତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଦେବାଶିଷ ମହାନ୍ତି । ଓଡିଶା କ୍ରିକେଟକୁ ଗତ ଅଢେଇ ଦଶନ୍ଧି ଧରି ରୁଦ୍ଧିମନ୍ତ କରିଥିବା ଦେବାଶିଷ ମହାନ୍ତି ଆଉଏକ ପାହାଚ ଅତିକ୍ରମ କରିଛନ୍ତି । ଦିନେ ସେ ଭାରତୀୟ କ୍ରିକେଟ ଦଳର ଖେଳାଳୀ ଥିଲେ, ଏବେ ଭାରତୀୟ ଦଳ ପାଇଁ ଖେଳାଳୀ ଚୟନ କରିବେ । ଆସନ୍ତାମାସରୁ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ସେ ଭାରତୀୟ ଦଳ ଚୟନର ଅନ୍ୟତମ ଅଂଶବିଶେଷ ହେବେ । ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଦେବାଶିଷ ମହାନ୍ତି ଅନ୍ୟତମ ସଦସ୍ୟ । ତେଣୁ ଖୁସି ଏବଂ ଏଥିପାଇଁ ଓସିଏକୁ ଧନ୍ୟବାଦ ଦେଇଛନ୍ତି । ଜୁନିୟର ଟିମ୍ ପାଇଁ ଖେଳାଳୀ ଚୟନ କରୁଥିଲେ । ଏବେ ବରିଷ୍ଠ ଦଳ ପାଇଁ ଖେଳାଳୀ ବାଛିବା ଏକ ଗୁରୁ ଦାୟିତ୍ୱ ଏବଂ ଏହାକୁ ସେ ନିଷ୍ଠାର ସହ ତୁଲାଇବେ ବୋଲି ସୂଚନା ଦେଇଛନ୍ତି ।କହିରଖୁ କି ଦେବାଶିଷ ମହାନ୍ତି ଅଢେଇ ଦଶନ୍ଧି ପୂର୍ବେ ଓଡିଶାର ପ୍ରଥମ କ୍ରିକେଟର ଭାବେ ଜାତୀୟ ଦଳରେ ସାମିଲ ହୋଇଥିଲେ । ଏହା ପରେ ସେ ଦେଶ ପାଇଁ କିଛି ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଅଳ୍ପ କିଛିଦିନର ଆନ୍ତର୍ଜାତୀୟ କ୍ୟାରିଅରରେ ସେ ଭଲ ପ୍ରଦର୍ଶନ କରିଥିଲେ ବି ପରେ ତାଙ୍କୁ ଦଳରେ ସ୍ଥାନ ମିଳିପାରି ନଥିଲା । ଏହାକୁ ନେଇ ସେ ଚିନ୍ତିତ ହେବା ପରିବର୍ତ୍ତେ ଜାତୀୟ ଜୁନିୟର ଟିମ୍ ର ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇଥିଲେ । ହେଲେ ଏବେ ସେ ସିନିୟର ଦଳ ପାଇଁ ବିସିସିଆଇ ପ୍ରସ୍ତୁତ କରିଥିବା ଚୟନକର୍ତ୍ତା କମିଟିରେ ସ୍ଥାନ ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ।

Show More
Back to top button