

ସତ୍ୟଶିଖା(ନୂଆଦିଲ୍ଲୀ ) ୦୪.୧୦ .୨୦୨୧: ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନଙ୍କୁ ଏନସିବି ହେପାଜତରେ ରାତି ବିତାଇବାକୁ ପଡିଛି । ଏ ପର୍ଯ୍ୟନ୍ତ ସେ କେବଳ ନିଷିଦ୍ଧ ଡ୍ରଗ୍ସ ‘ଚରସ’ ସେବନ କରିଥିବା ଜଣାପଡିଛି । ତେବେ ସେ ଡ୍ରଗ୍ସ ରଖିଥିଲେ ନା ନାହିଁ ଏବଂ କେଉଁଠାରୁ ଆଣିଥିଲେ ଏସବୁ ବାବଦରେ ଖୋଳତାଡ ହେବ । କାରଣ ତାଙ୍କ ବିରୋଧରେ ଏନଡିପିଏସ ଆଇନର ବିଭିନ୍ନ ଧାରାରେ ଡ୍ରଗ୍ସ ସେବନ କରିବା, କିଣିବା, ପାଖରେ ରଖିବା ଓ ବିକିବା ଭଳି ଅଭିଯୋଗରେ ମାମଲା କରାଯାଇଛି । ଆରୟନଙ୍କ ସହ ତାଙ୍କ ଅଭିନେତା ବନ୍ଧୁ ଅର୍ବାଜ ମର୍ଚାଂଟ ଏବଂ ମୁନମୁନ ଧାମେଛାଙ୍କ ଏନସିବି ରିମାଣ୍ଡ ଆଜି ଶେଷ ହେଉଛି । ମାମଲାରେ ଅନ୍ୟ ୫ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଏନସିବି କହିଛି ।