ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : ଦେଶବ୍ୟାପି ବ୍ୟାପିଥିବା କରୋନା ଭାଇରସ ଯୋଗୁ କର୍ମଚାରୀଙ୍କୁ ଏବେ ସୁଦ୍ଧା ବୋନସ ମିଳି ନାହିଁ । ଯେଉଁଥିପାଇଁ ସେମାନେ ରାଗିକି ଅକ୍ଟୋବର ୨୨ରେ ଆନ୍ଦୋଳନ କରିବା ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨୨ରେ ଦେଶବ୍ୟାପି ଟ୍ରେନକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଧମକ ଦେଇଛନ୍ତି । ଅଲ ଇଣ୍ଡିଆ ରେଲଓ୍ବେ ମେସ ଫାଉଣ୍ଡେସନ ପୂରା ଦେଶରେ ଆନ୍ଦୋଳନ କରିବା ଚେତାବନୀ ଦେଇଛି ।
ପିଏମ କେୟାର ଫଣ୍ଡରେ ୫୦ ସରକାରୀ ବିଭାଗରୁ ଜମା ହୋଇଥିବା ସମୁଦାୟ ୧୫୭ କୋଟି ଟଙ୍କାରୁ ୯୦ ପ୍ରତିଶତ ଭାଗ ରେଳ କର୍ମଚାରୀଙ୍କ ପକ୍ଷରୁ ଜମା କରାଯାଇଛି । ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ବୈଠକ ଏଜେଣ୍ଡାରେ ଏଆଇଆରଏଫ ଆଶାବାନ୍ଧି ବସିଥିଲା । ମାତ୍ର ବୋନସ ଉପରେ ଚର୍ଚା ନ ହେବାରୁ ଆନ୍ଦୋଳନ ନିଷ୍ପତି ନେଲେ ।