ରାଜ୍ୟସ୍ୱାସ୍ଥ୍ୟ

ଶିକ୍ଷାନୁଷ୍ଠାନରେ କରୋନା ଏଣ୍ଟ୍ରି ; କଟକରୁ ୧୭, ସୁବର୍ଣ୍ଣପୁରରୁ ୬ ଚିହ୍ନଟ

ସତ୍ୟଶିଖା,(ଭୁବନେଶ୍ୱର) ୨୦.୦୩ .୨୦୨୧ :ଗତ ୨ ଦିନରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୫ ଜଣ  ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ବାହାରିଛନ୍ତି ୧୭ ଆକ୍ରାନ୍ତ। ଆକ୍ରାନ୍ତମାନେ ଶିକ୍ଷାନୁଷ୍ଠାନର କର୍ମଚାରୀ ବୋଲି ଜଣାପଡ଼ିଛି। ତେଣୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ନାହିଁ। କଣ୍ଟାକ୍ଟ ଟ୍ରେସିଂ ପରେ ସେମାନେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜଣାପଡ଼ିବ। କଲେଜର ଜଣଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟମାନଙ୍କର ଟେଷ୍ଟ କରାଇଥିଲା। ଫଳରେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଅପରପକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଏକ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ୬ ଜଣ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ୍ ସେହି କଲେଜର ୯୦ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ୍ ସଂଗ୍ରହ କରି କରୋନା ଟେଷ୍ଟ କରିଥିଲେ । ୫୦ ଜଣଙ୍କ RTPCR ଓ ୪୦ ଜଣଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ୬ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, କଟକର ଏକ ଘରୋଇ କଲେଜରେ  ବୁଧବାର ୧୨  ଛାତ୍ରଛାତ୍ରୀ  କରୋନା ଆକ୍ରାନ୍ତ ହୋଇଥିବା ବେଳେ  ଗୁରୁବାର ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ ଘୋଷଣା କରିଛି କଟକ ମହାନଗର ନିଗମ (ସିଏମ୍‌ସି)।

 

Show More
Back to top button