ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ସତ୍ୟଶିଖା(ଭୁବନେଶ୍ୱର ) ୨୭.୧୨.୨୦୨୧: ରାଜ୍ୟରେ ଓମିକ୍ରନକୁ ନେଇ ଭୟ ବଢ଼ିଲା । ଚିନ୍ତା ବଢ଼ାଇଲେ ବିଦେଶ ଫେରନ୍ତା । ରବିବାର ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ ଫେରନ୍ତା, ଜଣେ ସାଉଦି ଆରବ ଓ ଅନ୍ୟ ଜଣେ ୟୁଏଇରୁ ଫେରିଥିବା ଜଣା ପଡ଼ିଛି । ନାଇଜେରିଆ ଫେରନ୍ତାଙ୍କ ମଧ୍ୟରେ ଅଛନ୍ତି ୯ ବର୍ଷିୟ ନାବାଳକ । ତେବେ ଓମିକ୍ରନକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

Show More
Back to top button