
ସତ୍ୟଶିଖା (ମୁମ୍ବାଇ) ୧୮/୧୧/୨୦୨୦ : ବଲିଉଡରେ ବୋଲ୍ଡନେସର ସୀମା ଅତିକ୍ରମ କରୁଥିବା ଅଭିନେତ୍ରୀ ଆମି ଜ୍ୟାକସନ୍ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଆମିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି । ଫଟୋରେ ଆମି ଟପଲେସ୍ ନଜର ଆସିଛନ୍ତି । ଆମି ନିକଟରେ ନିଜର ଏକ ସୁନ୍ଦର ଫଟୋଶୁଟ୍ କରାଇଥିଲେ । ସେହି ଫଟୋଶୁଟରୁ ଆମି ଗୋଟିଏ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଫଟୋରେ ଆମି ଅତ୍ୟଧିକ ବୋଲ୍ଡ ଅବତାରରେ ନଜର ଆସିଛନ୍ତି ।ଆମି ଏହା ପୂର୍ବରୁ ମଧ୍ୟ ନିଜ ବୋଲ୍ଡ ଫଟୋ ସେୟାର କରିଛନ୍ତି । କିନ୍ତୁ ତାଙ୍କର ଏହି ଅନ୍ଦାଜ ପୂରା ଭିନ୍ନ । ଏବେ ଏହି ଫଟୋ ଟ୍ରେଣ୍ଡ ହେବା ସହ ସୋସିଆଲ ମିଡିଆରେ ଜୋରସୋରରେ ସେୟାର ହେଉଛି । ଆମିଙ୍କ ଏହି ଟପଲେସ୍ ଫଟୋକୁ ୪ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଛି । ତାଙ୍କ ପ୍ରଶଂସକ ମଧ୍ୟ ଏହି ଫଟୋରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତାଙ୍କ ଫିଟନେସ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆମି ଜ୍ୟାକସନ ସୋସିଆଲ୍ ମିଡିଆରେ ନିଜର ବର୍ଷକର ପୁଅର ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି । ସେ କରୋନା କାଳରେ ତାଙ୍କ ସହ ଖୁବ୍ କ୍ବାଲିଟି ଟାଇମ୍ ବିତାଇଛନ୍ତି ।
ଆମିଙ୍କ ପୂର୍ବରୁ ଅଭିନେତା ମିଲିନ୍ଦ ସୋମନ ମଧ୍ୟ ନିଜର ନ୍ୟୁଡ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଜନ୍ମଦିନ ଅବସରରେ ସେ ବିଚ୍ରେ ଦୌଡ଼ୁଥିବାବେଳେ ନିଜର ଏକ ଫଟୋ ସେୟାର କରିଥିଲେ । ଫଟୋରେ ମିଲିନ୍ଦ ବିନା ପୋଷାକରେ ଦୌଡ଼ିଥିଲେ ।
କିନ୍ତୁ ସେହି ଗୋଟିଏ ଫଟୋ ଯୋଗୁଁ ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । କୋଲଭା ପୋଲିସ୍ ଷ୍ଟେସନରେ ଆଇପିସି ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁସାରେ ମିଲିନ୍ଦ ସୋମନଙ୍କ ବିରୋଧରେ କେସ୍ ରେଜିଷ୍ଟାର କରାଯାଇଥିଲା ।