ରାଜ୍ୟ

ପୁଣି ୩ଟି ନୂଆ ରୁଟରେ ମୋ ବସ୍‍ ସେବା ଆରମ୍ଭ

ପୁଣି ୩ ଟି ନୂଆ ରୁଟ ରେ ମୋ ବସ୍‍ ସେବା ଆରମ୍ଭ ହେବ। ନୂତନଭାବେ ୭୧ ନମ୍ବର ରୁଟ୍‍ ଆରମ୍ଭ କରିବାକୁ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ଏହି ରୁଟ୍‍ରେ ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବାକୁ ଯୋଜନା କରାଯାଇଛି। ସେହିପରି ଆଉ ଏକ ୩୫ ନମ୍ବର ରୁଟ୍‍ରେ ମାଷ୍ଟରକ୍ୟାଣ୍ଟିନରୁ ଜୟଦେବ ପୀଠ ଯାଏ ନୂଆ ବସ ସେବା ଆରମ୍ଭ ହେବ। ସେହିପରି ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରୁ ନୀଳାଦ୍ରି ବିହାର ରୋଡ୍‍ ମଧ୍ୟ ଦେଇ ପଟିଆ ପର୍ଯ୍ୟନ୍ତ ପ୍ରମୁଖ ଡାକ୍ତରଖାନାଗୁଡ଼ିକ ରହୁଥିବାରୁ ଏହି ୯ ନମ୍ବର ରୁଟ୍‍ରେ ମଧ୍ୟ ବସ୍‍ ଚଳାଚଳ ଆରମ୍ଭ ହେବ।

ଫଳରେ ସାଧାରଣ ଲୋକ ଅଧିକ ଉପକୃତ ହୋଇପାରିବେ ବୋଲି କ୍ରୁଟ୍‍ ପକ୍ଷରୁ କୁହାଯାଇଛି। ଏହି ୩ ଟି ନୂଆ ରୁଟ୍‍ରେ ସେପ୍ଟେମ୍ବର ୧ ତାରିଖରୁ ବସ ସେବା ଆରମ୍ଭ ହେବ। ବିଭିନ୍ନ ସମୟରେ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି କ୍ରୁଟ୍‍ ପକ୍ଷରୁ ନୂତନ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ କରାଯାଇଥାଏ। ବସ୍‍ ସେବା ଦ୍ୱାରା ଲୋକଙ୍କ ଯାତାୟାତକୁ ସହଜ କରିବା ପାଇଁ ଆରମ୍ଭ ହୋଇଥିବା ଏହି ସେବା ମହାମାରୀ ସମୟରେ ମଧ୍ୟ ଯାତ୍ରୀଙ୍କ ପାଇଁ ବେଶ୍‍ ଉପଯୋଗୀ ହୋଇପାରିଥିଲା। ବର୍ତ୍ତର୍ମାନ ପରିସ୍ଥିତିକୁ ଅନୁଧ୍ୟାନ କରି ପୁଣି କ୍ରୁଟ୍‍ ପକ୍ଷରୁ ଆଉ ୩ଟି ନୂଆ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ ହେବ।

Show More
Back to top button