ସତ୍ୟଶିଖା(ଭୁବନେଶ୍ୱର )୧୬.୧୧.୨୦୨୨:
ଅନେକ ସମୟରେ କିଛି ଲୋକଙ୍କ ଘରୁ ଅଳିଆ ଠିକଭାବେ ନ ଉଠିବା ନେଇ ଅଭିଯୋଗ ହୋଇଥାଏ । ତେବେ ଏହି ସମସ୍ୟା ଉପରୁ ଏବେ ଉଠିବ ପରଦା । ସଫେଇକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏଣିକି ପ୍ରତି ଘରେ କ୍ୟୁଆର କୋଡ୍ ଲଗାଇବ ବିଏମସି । ଖୁବଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିଏମସି ପକ୍ଷରୁ ଜଣାପଡ଼ିଛି ।
ତେବେ ବଡ଼ ବଡ଼ ହୋଟେଲ ଓ ବିବାହ ମଣ୍ଡପରୁ ବାହାରୁଥିବା ଅଳିଆ ପାଇଁ ଏହି ଆପରେ ପଞ୍ଜିକରଣ କରିବାକୁ ପଡ଼ିବ । ସେଥିରେ ଠିକଣା ଦେବା ପରେ ସଫେଇ ଗାଡ଼ି ଆସି ଘର ନିକଟରୁ ଅଳିଆ ସଂଗ୍ରହ କରିନେବ । ଏଥିପାଇଁ ଜନସାଧାରଣଙ୍କୁ ଫିସ୍ ଦେବାକୁ ପଡ଼ିବ । ଏନେଇ ସାନିଟାରି ଇନ୍ସପେକ୍ଟରମାନଙ୍କୁ ଖୁବଶୀଘ୍ର ଟ୍ରେନିଂ ଦିଆଯିବ । ତେବେ ଏହି କ୍ୟୁଆର କୋଡକୁ ପରୀକ୍ଷାମୂଳକ ଭାବେ ଦୁଇଟି ୱାର୍ଡରେ ଆରମ୍ଭ କରାଯାଇଛି ।