ସତ୍ୟଶିଖା(ଭୁବନେଶ୍ୱର )୨.୦୯ .୨୦୨୧: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବା ପରେ ରାଜ୍ୟ ସରକାର ସେପ୍ଟେମ୍ବର ଗାଇଡଲାଇନରେ ଅନେକ କଟକଣାକୁ କୋହଳ କରିଛନ୍ତି । ତେବେ କୋଭିଡ କଟକଣା କୋହଳ ହେବା ପରେ ନନ୍ଦନକାନନ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ତଦନୁଯାୟୀ ଏଣିକି ପ୍ରତି ଶନିବାର ଓ ରବିବାର ନନ୍ଦନକାନନ ଖୋଲା ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବ ଭଳି ପ୍ରତି ସୋମବାର ଦିନ ନନ୍ଦନକାନନ ବନ୍ଦ ରହିବ । ପୂର୍ବରୁ ଟୁଇନ ସିଟିରେ ସପ୍ତାହାନ୍ତ ସଟଡାଉନ ପାଇଁ ନନ୍ଦନକାନନ ନିୟମ ବଦଳିଥିଲା । ତେବେ ଏବେ ଟୁଇନ ସିଟିରେ ସପ୍ତାହାନ୍ତ ସଟଡାଉନକୁ ଉଠାଇ ଦିଆଯାଇଛି ।
COMMENTSସମସ୍ତ