ଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟ

ଚୀନର ନୂଆ ଦାବି: ଗତବର୍ଷରୁ ପୃଥିବୀରେ ବ୍ୟାପିଥିଲା କରୋନା, ପ୍ରଥମ ଦେଶ ଭାବେ ଚୀନ କରିଛି ସମସ୍ତଙ୍କୁ ସଚେତନ l

ସତ୍ୟଶିଖା (ନୂଆଦିଲ୍ଲୀ) ୧୦.୧୦.୨୦୨୦ : ଚୀନର ଉହାନ ସହରରୁ ସମଗ୍ର ପୃଥିବୀରେ ବ୍ୟାପିଛି କରୋନା ଭାଇରସ । ଏହା ସହ କରୋନା ମହାମାରୀ ପାଇଁ ସବୁ ଦେଶ ଚୀନକୁ ଦାୟୀ କରୁଛନ୍ତି । ତେବେ ଚୀନ ଏହାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଚାଲ୍ ଚଳାଉଛି । ଚୀନ ଏବେ ଦାବି କରିଛି ଯେ ଗତବର୍ଷରୁ ହିଁ ପୂରା ଦୁନିଆରେ ଭାଇରସ ବ୍ୟାପି ଯାଇଥିଲା । ପ୍ରଥମ ଦେଶ ଭାବେ ଚୀନ ଦୁନିଆକୁ ଭାଇରସ ବାବଦରେ ଜଣାଇଲା । ଯାହା ଦ୍ୱାରା ସବୁ ଦେଶ ଏବେ ଏହାକୁ ରୋକିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କଲେ ।

ଚୀନର ମାଂସ ମାର୍କେଟରୁ ଏହା ବ୍ୟାପିଥିବା କୁହାଯାଉଥିଲା । ବାଦୁଡ଼ି ଦ୍ୱାରା ମନୁଷ୍ୟ ଶରୀରକୁ ଏହି ଭାଇରସ ଆସିଛି ବୋଲି କୁହାଯାଉଛି । ଏହା ବ୍ୟତୀତ ଆମେରିକା ଏକ ଅଲଗା ଦାବି କରିଥିଲା ଯେ ଉହାନର ଲ୍ୟାବରେ ହିଁ ଏହା ଭାଇରସକୁ ପ୍ରସ୍ତୁତ କରାଯାଇ ଥିଲା ଓ ସେଠାରୁ ପୂରା ଦୁନିଆକୁ ବ୍ୟାପିଥିଲା । ଏହା ସହ ଚୀନରୁ ଏବେ ସୁଦ୍ଧା ୯୧ ହଜାର ପାଖାପାଖି ମାମଲା ଆସିବାରୁ ସନ୍ଦେହ ବଢ଼ିଲା । କାରଣ ବଡ଼ ବଡ଼ ଦେଶ​ରେ ଏହି ସଂଖ୍ୟା ଲକ୍ଷେ ଛୁଇଁଛି ।

ତେବେ ଏ ନେଇ ଚୀନ ବିଦେଶ ମନ୍ତ୍ରାଳୟ ସଫେଇ ରଖିଛନ୍ତି । କରୋନା ଭାଇରସ ଏକପ୍ରକାର ନୂଆ ଭାଇରସ ବୋଲି କହିଛନ୍ତି। ରିପୋର୍ଟ ସାମ୍ନାକୁ ଆସିବା ପରେ ଅଧିକରୁ ଅଧିକ ତଥ୍ୟ ସାମ୍ନାକୁ ଆସିଲା । ଗତବର୍ଷ ଶେଷ ସୁଦ୍ଧା ପୃଥିବୀର ଅନେକ ସ୍ଥାନରେ ଏହା ବ୍ୟାପିଥିଲା । ମାତ୍ର ଚୀନ ଏ ବାବଦରେ ପ୍ରଥମେ ରିପୋର୍ଟ କରିଥିଲା । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନୟିଙ୍ଗ କହିଛନ୍ତି ଭାଇରସ ସମ୍ବନ୍ଧିତ ଲକ୍ଷଣ ତଥା ପରୀକ୍ଷା ଆଦି ବାବଦରେ ପୃଥିବୀକୁ ଚୀନ ପ୍ରଥମେ ଜଣାଇଛି । ଏହା ସହ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ହୁଆ ।

Show More
Back to top button