ଘରର ପ୍ରଗତିରେ ସନ୍ତୁଷ୍ଟ ନାହାନ୍ତି, ଲଗାଇ ଦେଖନ୍ତୁ ୭ଟି ଘୋଡ଼ାର ଚିତ୍ର

ସତ୍ୟଶିଖା( ଭୁବନେଶ୍ୱର )୧୪.୦୯ . ୨୦୨୨:  ଯଦି କ୍ୟାରିୟର ଗଢ଼ିବାକୁ ଶତ ଚେଷ୍ଟା ସତ୍ତ୍ୱେ ଆପଣ ଆଶା ମୁତାବକ ସଫଳତା ପାଇପାରୁ ନାହାନ୍ତି, ତେବେ ନିହାତି ଭାବେ କିଛି ବାସ୍ତୁ ଦୋଷ ଥିବାର ଅନୁମାନ କରାଯାଇପାରେ । ଏପରି ସ୍ଥିତିରୁ ମୁକୁଳିବାକୁ ଓ  ଆଗକୁ ବଢ଼ିବାକୁ ପ୍ରେରଣା ପାଇବା ନିମନ୍ତେ ଆପଣ ଘର କାନ୍ଥରେ ୭ଟି ଧଳା ଘୋଡା ଦୌଡ଼ୁଥିବାର ଚିତ୍ର ଲଗାଇ ପାରନ୍ତି।  ଘୋଡା ହେଉଛି ଶକ୍ତିର ପ୍ରତୀକ । ଘୋଡାର ଚିତ୍ର ଦେଖିବା ମାତ୍ରେ  ଆଳସ୍ୟପଣ  ଦୂର ହୁଏ ଏବଂ ଅନ୍ତର୍ନିହିତ ଶକ୍ତି ଜାଗ୍ରତ ହୁଏ। କିନ୍ତୁ ମନେରଖନ୍ତୁ ଯେ ଚିତ୍ରରେ ଘୋଡା ଦୌଡ଼ୁଥିବା ଆବଶ୍ୟକ ।

ଯଦି ଘରେ ଆପଣ ଲଗାଇଥିବା ଚିତ୍ରରେ ଗୋଟିଏ ବଦଳରେ ୭ଟି ଘୋଡା ଥିବ ତେବେ ଏହା ଆହୁରି ଅଧିକ ଭଲ । ସାତ ସଂଖ୍ୟାକୁ ଶାସ୍ତ୍ରରେ ଶୁଭତାର ପ୍ରତୀକ ଭାବରେ ବିବେଚନା କରାଯାଏ |  ସୂର୍ଯ୍ୟ ଭଗବାନଙ୍କ ରଥରେ ସାତୋଟି ଘୋଡା ଅଛି ଯାହା ସର୍ବଦା ଗତିଶୀଳ ମନେହୁଏ। ଇନ୍ଦ୍ରଧନୁର ୭ଟି ରଙ୍ଗ ଥିବା ବେଳେ  ବିବାହରେ ସାତ ଫେରା ନିଆଯାଇଥାଏ। ତେଣୁ ୭କୁ  ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ।   ସମୁଦ୍ର କୂଳରେ  ଦୌଡ଼ୁଥିବା ସାତୋଟି ଘୋଡାର ଚିତ୍ର ରଖିବା ଆପଣଙ୍କ ଜୀବନରେ ସକରାତ୍ମକ ଉର୍ଜା ଭରି ଦେଇଥାଏ ଏବଂ ଆପଣଙ୍କ କାର୍ଯ୍ୟର ଗତିକୁ ବଢ଼ାଇ ଦେଇଥାଏ । ଘର ସହିତ, ଆପଣ ଏହି ଚିତ୍ରକୁ ଆପଣଙ୍କ ଅଫିସରେ ମଧ୍ୟ ରଖିପାରିବେ | ଏହା ଆପଣଙ୍କ ବ୍ୟବସାୟର ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ |
Exit mobile version