କେବଳ ଲଦାଖ ନୁହେଁ P o K ରେ ମଧ୍ୟ ଷଡଯନ୍ତ୍ର ରଚୁଛି ଡ୍ରାଗନ l

ସତ୍ୟଶିଖା (ନୂଆଦିଲ୍ଲୀ) ୦୭.୧୦.୨୦୨୦: ଲଦାଖରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିବା ଚୀନ୍ ଏବେ ଷଡଯନ୍ତ୍ର କରିବାରେ ପାକିସ୍ତାନକୁ ସାହାଯ୍ୟ କରୁଛି । ପାକିସ୍ତାନ ପିଓକେରେ ଚୀନ୍ ର ସହୟତା ନେଇ ଭୂପୃଷ୍ଠରୁ ବାୟୁରେ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ର କ୍ଷେତ୍ର ନିର୍ମାଣ କରୁଛି । ଗୁଇନ୍ଦା ସୂତ୍ରରୁ ଏଭଳି ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଏଲଓସି ଆରପଟେ କେତେକ ସ୍ଥାନରେ ଚୀନ୍ ସାହାଯ୍ୟରେ ସୈନ୍ୟ ସ୍ଥଳ ସ୍ଥାପନ କରିବା ଉଦ୍ଦେଶ୍ୟରେ ଅନେକ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି ।ଚୀନ୍ ପିଏଲଏ ଅଧିକାରୀଙ୍କୁ ଏହି ନିର୍ମାଣର ଦେଖାଶୁଣା କରିବାକୁ ଚୟନ କରାଯାଇଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ଭୂପୃଷ୍ଠରୁ ବାୟୁରେ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ର କ୍ଷେତ୍ର ନିର୍ମାଣର କାର୍ଯ୍ୟ ପାକିସ୍ତାନର ନିୟନ୍ତ୍ରଣରେ ଥିବା କାଶ୍ମୀରର ଲସାଦାନା ଢୋକ ନିକଟରେ ପାଓଲି ପୀର ଅଞ୍ଚଳରେ ପାକିସ୍ତାନୀ ସେନା ଏବଂ ପିଏଲଏ ଦ୍ୱାରା କରାଯାଉଛି ।
ନିର୍ମାଣ କ୍ଷେତ୍ରରେ ପ୍ରାୟ ୧୨୦ ପାକିସ୍ତାନୀ ସେନାର ଜବାନ ଏବଂ ୨୫-୪୦ ସାଧାରଣଲୋକ ଥିବା ଜଣଯାଇଛି । କ୍ଷେପଣାସ୍ତ୍ର ସିଷ୍ଟମର କଣ୍ଟ୍ରୋଲ ରୁମ୍ ବେଦେଲ ବାଗ ରେ ସ୍ଥାପନା କରାଯିବ । ଏଥିରେ ପିଏଲଏର ୩ ଜଣ ଅଧିକାରୀଙ୍କ ସମେତ ୧୦ ଜଣ ଜବାନ ମୁତୟନ ହେବେ । ଜଣେ ଅଧିକାରୀ କହିଛନ୍ତି ପିଏଲଏ ଏବଂ ପାକିସ୍ତାନୀ ସେନାକୁ ପିଓକେରେ ଦେଓଲିୟନ ଏବଂ ଜୁରା ଭଳି ଚଳଚଞ୍ଚଳ ଅଞ୍ଚଳରେ ପାକିସ୍ତାନର ୧୨ତମ ଇନଫାଣ୍ଟ୍ରି ବ୍ରିଗେଡ ସହ ମଧ୍ୟ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି । ଚୀନ୍ ର ଇଞ୍ଜିନିୟରଙ୍କ ସାହାଯ୍ୟରେ ଜଗଲୋଟରୁ ଗୌରୀ କୋଟ ପର୍ଯ୍ୟନ୍ତ ସଡକପଥ ନିର୍ମାଣ କରାଯାଇଛି । ଯାହାକୁ ଗୁଲତାରୀ ପର୍ଯ୍ୟନ୍ତ ବଢା ଯାଇପାରେ । ଏହି ସମୟରେ ଜଲଗୋଟରେ ପିଏଲଏ ସୈନିକଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
ଏବା ପୂର୍ବରୁ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ସୋମବାର ଦିନ କହିଥିଲେ ଯେ, ପାକିସ୍ତାନ ଏବଂ ଚୀନ୍ ନିକଟରେ ଦ୍ବିପାକ୍ଷିକ ଅଭ୍ୟାସ ବୃଦ୍ଧି କରିଛି । ଏହା ଉପରେ ଭାରତ ନଜର ରଖିଛି । ଭାରତୀୟ ସେନା ଉଭୟ ଚୀନ୍ ଏବଂ ପାକିସ୍ତାନ ସହ ବହୁ ସମୟରୁ ଲଢେଇ ଜାରି ରଖିଛି । ବିବାଦୀୟ ସୀମାରେ ଏକାବେଳେ ସକ୍ରିୟ ହୋଇଉଠିଥିବା ଚୀନ୍ ଏବଂ ପାକିସ୍ତାନ ସହ ଲଢିବା ପାଇଁ ଭାରତ ସଶସ୍ତ୍ର ବଳର ସବୁଠୁ ଅଧିକ ବ୍ୟବହାର କରିଛି ।