ସତ୍ୟଶିଖା( ଭୁବନେଶ୍ୱର)୨୦.୦୮ . ୨୦୨୨: ବନ୍ୟା ଆଁରେ ରାଜ୍ୟର ୧୨ ଜିଲ୍ଲା । ଗାଁ ଗାଁରେ ଏବେବି ପାଣିର ସୁଅ ଚାଲିଛି । ଶହ ଶହ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ବନ୍ୟା ସାଙ୍ଗକୁ ଅହରହ ବର୍ଷା ଉପୁଜାଇଛି ହାହାକାର ସ୍ଥିତି । କିଏ ଛାତ ଉପରେ ତ ଆଉ କିଏ ରାସ୍ତା ଉପରେ ପଲିଥିନ ଟାଣି ଅପେକ୍ଷା କରିଛି ପାଣି କମିବାକୁ। ଅସହାୟ ଅବସ୍ଥାରେ ପଡିରହିଛନ୍ତି ହଜାର ହଜାର ବିପନ୍ନ । ନା ପାଖରେ ଖାଇବାକୁ ଅଛି, ନା ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଛି। ଏଭଳି ସ୍ଥିତିରେ ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି ।
ଆହୁରି ପଢ଼ନ୍ତୁ