ଏସିଡିଟିରୁ ମୁକ୍ତି ପାଇଁ ସେବନ କରନ୍ତୁ ତୁଳସୀପତ୍ର,ଲବଙ୍ଗ


ସତ୍ୟଶିଖା ୦୩/୦୨/୨୦୨୧ : ଅଧିକ ପରିମାଣରେ ଖାଦ୍ୟ ଖାଇ ହେଉ କିମ୍ବା କେତେକ ଖାଦ୍ୟ ଖାଇବା ଦ୍ୱାରା ସ୍ୱତଃ ଏସିଡ଼ିଟି ସୃଷ୍ଟି ହୋଇଥାଏ । ଆଜିକାଲି ଏସିଡ଼ିଟି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବହୁ ଲୋକେ ବିଭିନ୍ନ ପ୍ରକାରର ଔଷଧର ମଧ୍ୟ ବ୍ୟବହାର କରିଥାଆନ୍ତି । ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାକୁ ଦୂର କରି ପାରିବା । ଜାଣନ୍ତୁ ………
ଲବଙ୍ଗ –
ଲବଙ୍ଗରେ ବହୁ ଆୟୁବୈଦିକ ଗୁଣ ରହିଛି । ଯାହା ଏସିଡ଼ିଟିକୁ ଦୂର କରିବା ପାଇଁ ଲାଭଦାୟକ ଅଟେ । ନିଜ ଖାଦ୍ୟ ସହ ପ୍ରତିଦିନ ଲବଙ୍ଗର ବ୍ୟବହାର କରନ୍ତୁ । ଏହା ଏସିଡ଼ିଟି ଦୂର କରେ ଓ ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସାହାଯ୍ୟ କରେ ।
ତୁଳସୀ ପତ୍ର-
ତୁଳସୀ ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି । ଏହା ଏସିଡ଼ିଟି ମଧ୍ୟ ଦୂର କରିଥାଏ । ଏକ ଗ୍ଲାସ ପାଣିରେ କିଛି ତୁଳସୀ ପତ୍ରକୁ ୨ଘଣ୍ଟା ଭିଜାଇ ପିଅନ୍ତୁ । ଏହାକୁ ପ୍ରତି ଦୁଇ ଦିନକୁ ଥରେ ପିଇବା ଦ୍ୱାରା ଏସିଡ଼ିଟିରୁ ମୁକ୍ତି ମିଳିଥାଏ ।
ଜିରା –
ଜିରା ଏସିଡ଼ିଟି ଦୂର କରିବା ସହ ପେଟ ଜନିତ ସମସ୍ତ ସମସ୍ୟା ଦୂର କରେ । ନିୟମିତ ଜିରାକୁ ଅଳ୍ପ ଉଷୁମ ପାଣିରେ ଫୁଟାଇ ଏହାକୁ ପିଅନ୍ତୁ । ଏହା ଖୁବ ଲାଭଦାୟକ ଅଟେ ।
ଡ଼ାଲଚିନି –
ଡ଼ାଲଚିନିକୁ ପାଣିରେ ଅଳ୍ପ କିଛି ସମୟ ଫୁଟାଇବା ପରେ ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ । ଏହା ଦ୍ୱାରା ଏସିଡ଼ିଟି ଦୂର ହେବା ସହ ଖାଦ଼୍ୟ ଭଲ ଭାବେ ହଜମ ହୋଇଥାଏ । ପେଟ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
ଦହି –
ବହୁ ଲୋକଙ୍କର ଯେକୌଣସି ଖାଦ୍ୟ ଖାଇଲେ ମଧ୍ୟ ଏସିଡ଼ିଟି ହୋଇଥାଏ । ସେମାନେ ନିୟମିତ ଦହି ଖାଇବା ଦ୍ୱାରା ଏହି ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ ।