ସତ୍ୟଶିଖା ୦୯/୦୨/୨୦୨୧ : ଉତ୍ତର କୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଜାରି ରଖିବା ଏବଂ ଶକ୍ତିଶାଳୀ ଦେଶ ତାଲିକାରେ ସାମିଲ ହେବାର ସ୍ବପ୍ନ ପୂରଣ କରିବା ଲାଗି ହ୍ୟାକର୍ମାନଙ୍କ ସାହାରା ନେଉଛି । ପରମାଣୁ କାର୍ଯ୍ୟକ୍ରମକୁ ଅର୍ଥ ଯୋଗାଇବା ଲାଗି ଏହି ଦେଶ ନିଜ ହ୍ୟାକର୍ମାନଙ୍କ ଜରିଆରେ ଗତବର୍ଷ ହଜାର ହଜାର କୋଟି ଟଙ୍କା ଚୋରି କରିଛି ବୋଲି ନିକଟରେ ଜାତିସଂଘର ଏକ ଗୋପନୀୟ ରିପୋର୍ଟରେ ପର୍ଦ୍ଦାଫାଶ ହୋଇଛି ।
ଜାତିସଂଘ ରିପୋର୍ଟରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗଙ୍କ ବିରୋଧରେ ଅଭିଯୋଗ କରାଯାଇଛି ଯେ, ଉତ୍ତର କୋରିଆ ନିଜ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ଏବଂ ପରମାଣୁ ଅସ୍ତ୍ରଶସ୍ତ୍ରକୁ ବୃଦ୍ଧି କରିବା ଲାଗି ହ୍ୟାକିଂର ସାହାରା ନେଇଛି । ଉତ୍ତର କୋରିଆର ହ୍ୟାକର୍ମାନେ ହ୍ୟାକିଂ ଜରିଆରେ ୨୦୨୦ରେ ୩୧୬.୪ ନିୟୁତ ଡଲାର ଅର୍ଥାତ ପ୍ରାୟ ୨୧୮୬ କୋଟି ୭୦ ଲକ୍ଷ ୯୦ ହଜାର ଟଙ୍କା ଚୋରି କରିଥିବା ରିପୋର୍ଟରେ ଦାବି କରାଯାଇଛି ।