ସତ୍ୟଶିଖା (ନୂଆଦିଲ୍ଲୀ) ୦୫.୧୦.୨୦୨୦ : ଭାରତରେ ପୁରାତନ ଯୁଗରୁ ସନ୍ଧବ ଲୁଣ ବ୍ୟବହାର ହେଉଛି । ଭାରତୀୟ ସାଧାରଣତଃ ବ୍ରତ ସମୟରେ ସନ୍ଧବ ଲୁଣ ବ୍ୟବହାର କରନ୍ତି । ସନ୍ଧବ ଲୁଣ ପାକିସ୍ତାନରୁ ଆସିଥାଏ। ସେଥିପାଇଁ ଏହାକୁ ଲାହୋରୀ ଲୁଣ ମଧ୍ୟ କୁହାଯାଏ । ହିମାଳୟ ପାହାଡ଼ରୁ ଆସୁଥିବାରୁ ଏହାକୁ ରକ୍ ସ୍ଲଟ ମଧ୍ୟ କୁହାଯାଏ । ଏହାର ରଙ୍ଗ ସାମାନ୍ୟ ଗୋଲାପୀ ଥିବାରୁ ଏହାକୁ ଗୋଲାପୀ ଲୁଣ ମଧ୍ୟ କୁହାଯାଏ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଅନୁଚ୍ଛେଦ ହଟାଇବା ଓ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ଭାଗ କରିବା ପରେ ପାକିସ୍ତାନ ଭାରତ ସହ ବ୍ୟବସାୟ ଓ ରାଜନୈତିକ ସମ୍ବନ୍ଧ କମ କରିବା ଆରମ୍ଭ କରିଛି । ଫଳରେ ସନ୍ଧବ ଲୁଣ ଆଉ ପାକିସ୍ତାନରୁ ଆସିବନାହିଁ । ଚଳିତ ବର୍ଷ ନବରାତ୍ରି ପୂର୍ବରୁ ସନ୍ଧବ ଲୁଣ ଗଲ୍ଫ ଦେଶ ଜରିଆରେ ଭାରତ ବଜାରକୁ ଆସିବ ।
ପାକିସ୍ତାନରୁ ଆଉ ଭାରତକୁ ଆସିବନି ସନ୍ଧବ ଲୁଣ : ନବରାତ୍ରି ପୂର୍ବରୁ ବଢ଼ିଲା ଦାମ୍ l
