ଦେଶ

ମେଥି ପତ୍ର ଭାବି ଗଞ୍ଜେଇ ପତ୍ରରେ ଆଳୁ ତରକାରୀ ଖାଇଲେ, ଆଉ ତା’ପରେ…

କନ୍ନୁଜ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କନ୍ନୁଜ ସହରରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ମେଥି ପତ୍ର ଭାବି କଞ୍ଚା ଗଞ୍ଜେଇ ପତ୍ରରେ ଖାଦ୍ୟ ରୋଷେଇ କରି ଏହାକୁ ଖାଇ ଦେଇଛନ୍ତି। ଖାଇବା ପରେ ପୂରା ପରିବାର ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିପାଇଁ ସମସ୍ତ ୬ ଜଣ ସଦସ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ଏହି ଘଟଣା ଘଟିଥିଲେ ହେଁ ଆଜି ସାମ୍ନାକୁ ଆସିଛି।

ଉକ୍ତ ପରିବାରର ସଦସ୍ୟ ମନୋଜ କୁମାର କହିଛନ୍ତି, ସ୍ଥାନୀୟ ଭେଣ୍ଡର ନଭାଲ କିଶୋର ଗୁପ୍ତା ମୋତେ ପଲିଥିନରେ ଭର୍ତ୍ତି କରି କିଛି ଜିନିଷ ଦେଇଥିଲେ। ସେ କହିଥିଲେ ଯେ ମୋ ବାପା ତାଙ୍କୁ ମେଥି ପତ୍ର ଦେବାକୁ କହିଛନ୍ତି। ସେ ପଲିଥିନ ଦେବାରୁ ମୁଁ ଏହାକୁ ନ ଖୋଲି ଘରକୁ ନେଇ ଆସିଥିଲି।

ଜୁନ୍‌ ୨୭ରେ ଆମେ ଉକ୍ତ ପତ୍ରକୁ ମେଥି ଭାବି ଆଳୁ ତରକାରିରେ ପକାଇ ଦେଇଥିଲୁ। ଏହାପରେ ସମସ୍ତେ ଲଞ୍ଚ ମଧ୍ୟ କରିଥିଲୁ। ଖାଇବା ପରେ ପରିବାରର କିଛି ସଦସ୍ୟ ନିଶା ହେବା ପରି ଘାଲେଇ ଥିଲେ। ଏପରି କି କିଛି ସମୟରେ ପରେ ସମସ୍ତେ ଅଚେତ ମଧ୍ୟ ହୋଇ ଯାଇଥିଲେ। ପଡ଼ୋଶୀମାନେ ସମସ୍ତଙ୍କୁ ହସ୍ପିଟାଲ ନେଇଥିଲେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

କନ୍ନୁଜ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ୬ ଜଣ ସଦସ୍ୟ ମେଡିକାଲ ଆସିବା ବେଳେ ସେମାନଙ୍କର ଚେତା ନଥିଲା। ହେଲେ ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନଭାଲ କିଶୋର ଗୁପ୍ତା କୌଣସି କ୍ଷତି କରିବା ଉଦ୍ଦେଶ୍ୟରେ ଏଭଳି କରି ନଥିଲେ। ବରଂ ଥଟ୍ଟା ମଜାରେ ଏମିତି ଗଞ୍ଜେଇ ପତ୍ରକୁ ମେଥି କହି ଦେଇଥିଲେ। ପୁଲିସ୍‌ କିଶୋରଙ୍କୁ ଗିରଫ କରିବା ସହ ଗଞ୍ଜେଇ ପତ୍ର ଭର୍ତ୍ତି ପଲିଥିନକୁ ଜବତ କରିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button