

ସତ୍ୟଶିଖା(ଭୁବନେଶ୍ୱର )୦୨.୧୦ .୨୦୨୧: : ତେଲ ଦରରେ ଲାଗୁନି ବ୍ରେକ । ଲଗାତର ତୃତୀୟ ଦିନରେ ବଢିଛି ପେଟ୍ରୋଲ ଡିଜେଲ ଦର । ମୁମ୍ବାଇକୁ ଟପିଗଲା ମାଲକାନଗିରି । ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୬୪ପଇସାରେ ପଂହଚିଛି । ସେହିପରି ଡିଜେଲର ଦର ଲିଟର ପିଛା ୧୦୫ଟଙ୍କା ୧ପଇସା ରହିଛି । ମଧ୍ୟପ୍ରଦେଶରେ ସିବନୀରେ ସର୍ବାଧିକ ୧୧୩ଟଙ୍କା ୧୮ପଇସା ରହିଛି ପେଟ୍ରୋଲ ଲିଟର ପିଛା ଦର । ମୁମ୍ବାଇରେ ପେଟ୍ରୋଲ ଦର ୧୦୮ଟଙ୍କା ୧୯ପଇସା ଥିବା ବେଳେ ଡିଜେଲ ଦର ୯୮ଟଙ୍କା ୧୬ପଇସା ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୨ଟଙ୍କା ୧୪ପଇସା ଓ ଡିଜେଲ ଦର ୯୦ଟଙ୍କା ୪୭ପଇସା ରହିଛି ।
ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୯୯ଟଙ୍କା ୮୦ପଇସା ଓ କୋଲକାତାରେ ପେଟ୍ରୋଲ ଦର ୧୦୨ଟଙ୍କା ୭୭ପଇସା ରହିଛି । ବର୍ତ୍ତମାନ ଓଡିଶା ସମେତ ମଧ୍ୟପ୍ରଦେଶ , ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ତାନ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ ଓ କଶ୍ମୀର ଏବଂ ସିକ୍କିମ୍ ଭଳି ୧୪ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ପାର କରିସାରିଲାଣି । ଏହାମଧ୍ୟରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗରଠାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୭୩ ପଇସା ଏବଂ ୧୦୩ ଟଙ୍କା ୯୦ ପଇସା ଛୁଇଁଛି ।